17.1 C
Bhubaneswar
Tuesday, December 9, 2025
Homeଓଡିଶାନବୀନ ଜିନ୍ଦଲଙ୍କ ମାନବୀୟ ପଦକ୍ଷେପ: ସୀମାବର୍ତ୍ତୀ ଗ୍ରାମର ପୁନର୍ବାସ ପାଇଁ ଗୋଟିଏ ଦିନର ବେତନ ଦେବେ...

ନବୀନ ଜିନ୍ଦଲଙ୍କ ମାନବୀୟ ପଦକ୍ଷେପ: ସୀମାବର୍ତ୍ତୀ ଗ୍ରାମର ପୁନର୍ବାସ ପାଇଁ ଗୋଟିଏ ଦିନର ବେତନ ଦେବେ ୨୦ ହଜାରରୁ ଅଧିକ ଜିନ୍ଦଲ ଷ୍ଟିଲ କର୍ମଚାରୀ

ନୂଆଦିଲ୍ଲୀ: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଅପରେସନ ସିନ୍ଦୁରର ଐତିହାସିକ ସଫଳତା ଦେଶ ପାଇଁ ଗୌରବ ଆଣିଥିବା ବେଳେ ଜମ୍ମୁ ଓ କଶ୍ମୀରର ସୀମାବର୍ତ୍ତୀ ସାଧାରଣ ଜନତା ଘୋର ମାନବୀୟ ସଂକଟର ସମ୍ମୁଖୀନ ହୋଇଛନ୍ତି । ଏଭଳି କଠିନ ପରିସ୍ଥିତିରେ ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ତଥା କୁରୁକ୍ଷେତ୍ରର ମାନ୍ୟବର ସାଂସଦ ଶ୍ରୀ ନବୀନ ଜିନ୍ଦଲ ସମ୍ବେଦନଶୀଳତାର ପ୍ରଦର୍ଶନ କରିବା ସହ ସୀମାନ୍ତ ଅଞ୍ଚଳର ପ୍ରଭାବିତ ପରିବାରଗୁଡ଼ିକର ପୁନର୍ବାସ ପାଇଁ ସହଯୋଗ କରିବାକୁ ନିଷ୍ପତି ନେଇଛନ୍ତି। ଏହି ଅଞ୍ଚଳରେ ପୁନରୁଦ୍ଧାର ଓ ପୁନର୍ବାସ କାର୍ଯ୍ୟ ପାଇଁ ଶ୍ରୀ ନବୀନ ଜିନ୍ଦଲ ଆର୍ଥିକ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜିନ୍ଦଲ ଷ୍ଟିଲ୍ ସମୂହର ୨୦ହଜାରରୁ ଅଧିକ କର୍ମଚାରୀ ସ୍ୱେଚ୍ଛାକୃତ ଗୋଟିଏ ଦିନର ବେତନ ପ୍ରଦାନ କରିବାର ନିଷ୍ପତ୍ତି ନେଇ ବ୍ୟକ୍ତିଗତ ଦାୟିତ୍ୱ ସହ ରାଷ୍ଟ୍ରୀୟ କର୍ତ୍ତବ୍ୟର ଅନୁପାଳନ କରିଛନ୍ତି।

ଶ୍ରୀ ଜିନ୍ଦଲ କହିଛନ୍ତି, “ସୀମାରେ ରହୁଥିବା ନାଗରିକମାନେ ମଧ୍ୟ ସୈନିକଙ୍କଠାରୁ କିଛି କମ ନୁହନ୍ତି। ସେମାନଙ୍କ ଧର୍ଯ୍ୟ ଓ ବଳିଦାନ ପ୍ରେରଣାଦାୟୀ । ଆଜି ଯେତେବେଳେ ସେମାନେ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି, ସେତେବେଳେ ସେମାନଙ୍କୁ ସହଯୋଗ କରିବା ଆମର ନୈତିକ ଓ ରାଷ୍ଟ୍ରୀୟ କର୍ତ୍ତବ୍ୟ। ମୁଁ ଦେଶବାସୀଙ୍କୁ ନିବେଦନ କରୁଛୁ ଯେ ସେମାନେ ମଧ୍ୟ ଏହି ମହାନ କାର୍ଯ୍ୟରେ ଯୋଗଦାନ କରନ୍ତୁ”।

ସୂଚନା ଯୋଗ୍ୟ, ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ନିରୀହ ନିରସ୍ତ୍ର ସାଧାରଣ ନାଗରିକଙ୍କ ମୃତ୍ୟୁ ପରେ ଭାରତ ଅପରେସନ ସିନ୍ଦୁର ଦ୍ୱାରା ସୀମା ପାର୍ ଆତଙ୍କବାଦୀ କ୍ୟାମ୍ପଗୁଡିକ ବିରୋଧରେ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହି ସମୟରେ ପାକିସ୍ତାନ ସୀମାରୁ ହୋଇଥିବା ଆକ୍ରମଣରେ ଭାରତୀୟ ସୀମାବର୍ତ୍ତୀ ଗାଁଗୁଡ଼ିକ ପ୍ରଭାବିତ ହୋଇଥିଲା ଏବଂ ସାଧାରଣ ନାଗରିକ ବିସ୍ଥାପିତ ହୋଇଥିଲେ ।

ଏଭଳି ସହାୟତା ଜିନ୍ଦଲ ଷ୍ଟିଲ ପାଇଁ ନୂଆ ଉଦାହରଣ ନୁହେଁ, ବରଂ ଏହା ପୂର୍ବରୁ କମ୍ପାନି ପକ୍ଷରୁ କୋଭିଡ- ୧୯ ସମୟରେ ସମଗ୍ର ଦେଶରେ ଅକ୍ସିଜେନ ଯୋଗାଣ, ମାଗଣା ଖାଦ୍ୟ ବଣ୍ଟନ ଭଳି ଅନେକ କାର୍ଯ୍ୟ କରାଯାଇଥିଲା। ଏହା ସହିତ ପିଏମ କେୟାର୍ସ ଫଣ୍ଡକୁ ମଧ୍ୟ ୨୫ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା । ୨୦୧୩ରେ ଉତ୍ତରାଖଣ୍ଡରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ କମ୍ପାନି ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଥିଲା । ଏହିପରି ଅନେକ ରାଷ୍ଟ୍ରୀୟ ସଂକଟ ସମୟରେ ଜିନ୍ଦଲ ଷ୍ଟିଲ ସର୍ବଦା ଦେଶ ସହ ଠିଆ ହୋଇଛି।

ଶ୍ରୀ ନବୀନ ଜିନ୍ଦଲଙ୍କ ଏହି ନିଷ୍ପତ୍ତି କେବଳ ଏକ ଆର୍ଥିକ ସହାୟତା ନୁହେଁ, ବରଂ ଦେଶ ପ୍ରତି ତାଙ୍କ ଗଭୀର ଶ୍ରଦ୍ଧା ଓ ଉତ୍ତରଦାୟିତ୍ୱର ନିଦର୍ଶନ। ଦେଶ ସେମାନଙ୍କ ସହ ସବୁ ବେଳେ ଠିଆ ହୋଇଛି ବୋଲି ସୀମାବର୍ତ୍ତୀ ଅଞ୍ଚଳର ନାଗରିକଙ୍କୁ ଭରସା ଦେବାର ଆବଶ୍ୟକତା ଥିବା ବେଳେ ଜିନ୍ଦଲ ଷ୍ଟିଲ ପରିବାରର ଏହି ସହାୟତା ସେମାନଙ୍କ ପୁନର୍ବାସ ଦିଗରେ ଏକ ବିରାଟ ପଦକ୍ଷେପ ସହ ରାଷ୍ଟ୍ରସେବା ଭାବନାକୁ ମଧ୍ୟ ଉଜ୍ଜୀବୀତ କରିଛି । ଏହି ସଂକଳ୍ପ ଏକ ସଶକ୍ତ ଓ ଏକତ୍ରିତ ଭାରତର ପରିଚୟ ଓ ଭିତ୍ତିଭୂମି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking