ତେଲେଙ୍ଗାନା : ତେଲେଙ୍ଗାନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍-ଟ୍ରକ ମୁହାଁମୁହିଁ ଧକ୍କାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ୧୭ଜଣ ଆହତ ହୋଇଥିବା ସୂଚନା ମିଳିଛି । ଭିକାରାବାଦ ଜିଲ୍ଲା ପାରିଗି ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ଆହତ ୧୭ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୁଲିସ ଅଧୀକ୍ଷକ କେ.ନାରାୟଣ ରେଡ୍ଡୀ କହିଛନ୍ତି ଯେ ପାରିଗି ଅଞ୍ଚଳରେ ଏକ ଦ୍ରୁତଗାମୀ ବସ ଏବଂ ଏକ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିଲା । ମୃତକଙ୍କୁ ଚିହ୍ନଟ କରାଯାଇ ବ୍ୟବଚ୍ଛେଦ ପାଇଁ ସରକାରୀ ମେଡିକାଲ ପଠାଯାଇଛି । ସମସ୍ତ ଆହତଙ୍କୁ ଭିକାରାବାଦ ଏବଂ ହାଇଦ୍ରାବାଦର ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଦ୍ରୁତ ଗତି ଏବଂ ଅସାବଧାନତାପୂର୍ଣ୍ଣ ଗାଡି ଚାଳନା ହୋଗୁଁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।










