24.1 C
Bhubaneswar
Monday, November 16, 2026
Homeଦେଶ ବିଦେଶ୨୦୨୭ରେ ଖସିବ ପେଟ୍ରୋଲ ଦର !

୨୦୨୭ରେ ଖସିବ ପେଟ୍ରୋଲ ଦର !

ନୂଆଦିଲ୍ଲୀ: ବିଶ୍ୱ ବଜାରରେ ଅଶୋଧିତ ତୈଳ (Crude Oil) ମୂଲ୍ୟକୁ ନେଇ ଏକ ବଡ଼ ଆକଳନ ସାମ୍ନାକୁ ଆସିଛି। ଆସନ୍ତା ବର୍ଷ ଅଶୋଧିତ ତୈଳ ଦର ଆହୁରି ହ୍ରାସ ପାଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ବଜାରରେ ତୈଳର ଯୋଗାଣ ବୃଦ୍ଧି ପାଉଥିବାରୁ ଆସନ୍ତା ବର୍ଷ ପ୍ରତି ବ୍ୟାରେଲ ମୂଲ୍ୟ ୭୫ରୁ ୮୫ ଡଲାରକୁ ଖସି ଆସିବା ନେଇ ସମ୍ଭାବନା ରହିଛି।

ବିଶ୍ୱର ଏନର୍ଜି ମାର୍କେଟ ଉପରେ ନଜର ରଖୁଥିବା ଅନୁସନ୍ଧାନକାରୀ ସଂସ୍ଥା ଏବଂ ବିଶ୍ଳେଷକଙ୍କ ମତ ଅନୁଯାୟୀ, ଆଗାମୀ ଦିନରେ ଅଶୋଧିତ ତୈଳର ଯୋଗାଣ ବୃଦ୍ଧି ପାଇବାକୁ ଯାଉଛି। ଉତ୍ପାଦନ ବୃଦ୍ଧି ଏବଂ ଚାହିଦା ତୁଳନାରେ ଯୋଗାଣ ଅଧିକ ରହିବା କାରଣରୁ ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ ଦର ଉପରେ ଚାପ ପଡ଼ିବ । ଏହି କାରଣରୁ ବ୍ୟାରେଲ୍ ପିଛା ମୂଲ୍ୟ ୭୫ ଡଲାରରୁ ୮୫ ଡଲାରକୁ ସ୍ତରକୁ ଖସିଆସିବାର ଆଶଙ୍କା କରାଯାଉଛି ।ଯଦି ଅଶୋଧିତ ତୈଳ ମୂଲ୍ୟରେ ଏଭଳି ହ୍ରାସ ଜାରି ରହେ, ତେବେ ଏହା ଭାରତ ଭଳି ଆମଦାନୀକାରୀ ଦେଶଗୁଡ଼ିକ ପାଇଁ ଏକ ବଡ଼ ଆଶ୍ୱସ୍ତିର ବିଷୟ ହେବ। ତୈଳ ଦର କମିଲେ ଦେଶରେ ପେଟ୍ରୋଲ, ଡିଜେଲ ଏବଂ ଅନ୍ୟାନ୍ୟ ଜାଳେଣି ସାମଗ୍ରୀର ଦର ହ୍ରାସ ପାଇବାର ସମ୍ଭାବନା ରହିଥାଏ, ଯାହା ମହଙ୍ଗା ମାଡ଼ରୁ ସାଧାରଣ ଜନତାଙ୍କୁ ବହୁ ପରିମାଣରେ ଆଶ୍ୱସ୍ତି ଦେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking