21.1 C
Bhubaneswar
Friday, February 6, 2026
Homeଦେଶ ବିଦେଶପଳାତକ ନିରବ ମୋଦୀକୁ ପୁଣି ଝଟ୍‌କା

ପଳାତକ ନିରବ ମୋଦୀକୁ ପୁଣି ଝଟ୍‌କା

ନୂଆଦିଲ୍ଲୀ: ଦେଶର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବିରେ) ରେ ଏକ ଅରବ ଡଲାର ଠକେଇ କରି ପଳାୟନ କରିଥିବା ନୀରବ ମୋଦିର ଜାମିନ ଆବେଦନକୁ ୟୁକେ ହାଇକୋର୍ଟ ୧୦ମ ଥର ପାଇଁ ଖାରଜ କରିଦେଇଛନ୍ତି। ନୀରବ ମୋଦିକୁ ୨୦୧୯ ରେ ବ୍ରିଟେନରେ ଅଟକ ରଖାଯାଇଥିଲା। ସେବେଠାରୁ ସେ ଜାମିନ ପାଇବା ପାଇଁ ୧୦ ଥର କୋର୍ଟରେ ଆବେଦନ କରିଛନ୍ତି। ଇଡି ଏକ ସରକାରୀ ପୋଷ୍ଟରେ ସୂଚନା ଦେଇଛି ଯେ ୟୁକେ ହାଇକୋର୍ଟ ନୀରବ ମୋଦି କରିଥିବା ଆବେଦନର ଶୁଣାଣି କରି ଠକେଇର ମାଷ୍ଟରମାଇଣ୍ଡ ନୀରବ ମୋଦିକୁ ଜାମିନ ଦେବାକୁ ପୁଣି ଥରେ ମନା କରିଦେଇଛନ୍ତି। ଚଳିତ ସପ୍ତାହର ଆରମ୍ଭରେ, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଧ୍ୟ କୋର୍ଟଙ୍କ ନିଷ୍ପତ୍ତିକୁ ନିଶ୍ଚିତ କରି ଏକ ପ୍ରେସ୍ ରିଲିଜ୍ ଜାରି କରିଥିଲା। କୁହାଯାଇଥିଲା ଯେ ନୀରବ ମୋଦିର ଜାମିନ ଆବେଦନକୁ ଲଣ୍ଡନର କିଙ୍ଗସ ବେଞ୍ଚ ଡିଭିଜନ ଖାରଜ କରିଦେଇଛନ୍ତି।

ଏକ ବିବୃତ୍ତିରେ କୁହାଯାଇଛି ଯେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସେହି ଦସ୍ତାବିଜ ଗୁଡ଼ିକୁ ସଫଳାତାର ସହିତ ରଖିଥିଲା, ଯାହାର ପରିଣାମ ସ୍ବରୁପ ନିରବ ମୋଦୀର ଆବେଦନ ଖାରଜ କରିଦିଆଯାଇଛି। ନୀରବ ମୋଦି ୧୯ ମାର୍ଚ୍ଚ ୨୦୧୯ ଠାରୁ ୟୁକେ ଜେଲରେ ଅଛି। ନୀରବ ମୋଦି ଜଣେ ପଳାତକ ଅର୍ଥନୈତିକ ଅପରାଧୀ, ଯିଏକି ଭାରତରେ ୬,୪୯୮.୨୦ କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ କରି ଦେଶରୁ ପଳାୟନ କରିଛି। ମୋଦିକୁ ମାର୍ଚ୍ଚ ୨୦୧୯ରେ ବ୍ରିଟିଶ କର୍ତ୍ତୃପକ୍ଷ ଗିରଫ କରିଥିଲେ। ତାର ଭାରତ ପ୍ରତ୍ୟର୍ପଣକୁ ୟୁକେ ହାଇକୋର୍ଟ ପୂର୍ବରୁ ଅନୁମୋଦନ କରିସାରିଛି। ଇଡି ୨୦୧୮ ରେ ନିରବ ମୋଦି ଏବଂ ତାର କାକା ମେହୁଲ ଚୋକସି ବିରୋଧରେ ପିଏମ୍‌ଏଲ୍‌ଏ ମାମଲା ରୁଜୁ କରିଥିଲା ଏବଂ ତଦନ୍ତ ସମୟରେ ଅନେକ ସମ୍ପତ୍ତି ଜବତ କରାଯାଇଥିଲା। ନିରବ ଡିସେମ୍ବର ୨୦୨୨ ରେ ୟୁକେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିବା ସମେତ ପ୍ରତ୍ୟର୍ପଣକୁ ବନ୍ଦ କରିବାର ପ୍ରୟାସ କରିଥିଲେ ମଧ୍ୟ ଏହା ବାରମ୍ବାର ବିଫଳ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking