ଢେଙ୍କାନାଳ: ଗଁଦିଆ ଥାନା କ୍ୟାମ୍ପସ୍ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ପରକୀୟା ପ୍ରୀତିରେ ମାତିଥିବା ସ୍ୱାମୀ ଓ ତାଙ୍କ ପ୍ରେମିକାଙ୍କୁ ମହିଳା ଗୋଡ଼ାଇ ଘୋଷାରି ପିଟିଥିଲେ । ମାଡ଼ ଖାଇବା ପରେ ମଧ୍ୟ ବିଧବା ପ୍ରେମିକାକୁ ଛାଡ଼ିବାକୁ ଯୁବକ ନାରାଜ୍ ହେବାରୁ ମାରପିଟ୍ ଉଗ୍ର ରୂପ ନେଇଥିଲା । ପୁଲିସ୍ କର୍ମଚାରୀ ପହଞ୍ôଚ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ ।
ପ୍ରକାଶ, ଗଁଦିଆ ଥାନା ଚିରୁଲେଇର ଜଣେ ବ୍ୟକ୍ତି ଭୁବନ ଥାନା କାଶୀପୁରର ବିଧବା ମହିଳାଙ୍କୁ ପ୍ରେମ କରୁଥିଲେ । ଫେସ୍ବୁକ୍ରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା । ସମ୍ପୃକ୍ତ ବ୍ୟକ୍ତି ଦୁଇ ପୁଅ ମଧ୍ୟ ବିବାହିତ ହୋଇଥିବା ବେଳେ ପତ୍ନୀ, ପୁଅ-ବୋହୂଙ୍କୁ ଛାଡ଼ି ସେ ପ୍ରେମିକାଙ୍କୁ ଧରି ମଉଜ ମଜଲିସ୍ କରୁଥିଲେ । ଟାଟା ଏସି ଗାଡ଼ି ବିକ୍ରି କରିଦେଇ ସେହି ଟଙ୍କା ପ୍ରେମିକାଙ୍କ ପଛରେ ଉଡ଼ାଉଥିଲେ । ଏ ସମ୍ପର୍କରେ ପରିବାର ଲୋକେ ଜାଣି ତାଙ୍କୁ ବାରଣ କରିଥିଲେ ମଧ୍ୟ ସେ କିଛି ଶୁଣୁନଥିଲେ । ୧୫ ଦିନ ହେଲା ସମ୍ପୃକ୍ତ ବ୍ୟକ୍ତି ପ୍ରେମିକାଙ୍କୁ ନେଇ ଯାଇ କୋଣାର୍କ ଅଞ୍ଚଳରେ ରହୁଥିଲେ ।
ଏ ସମ୍ପର୍କରେ ତାଙ୍କ ପତ୍ନୀ ଗଁଦିଆ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଥାନାକୁ ଡାକିବା ବେଳେ ସେ ପ୍ରେମିକାଙ୍କୁ ସାଙ୍ଗରେ ଧରି ଆସିଥିଲେ । ସ୍ୱାମୀଙ୍କ ସହ ପ୍ରେମିକାଙ୍କୁ ଦେଖି ମହିଳାଙ୍କ ମୁଣ୍ଡକୁ ପିତ ଚଢ଼ି ଯାଇଥିଲା । ଚପଲ ଖୋଲି ଉଭୟଙ୍କୁ ଥାନା କ୍ୟାମ୍ପସ୍ରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ସେମାନେ ମଧ୍ୟ ମହିଳାଙ୍କୁ ପାଲଟା ଆକ୍ରମଣ କରିଥିଲେ । ଉଭୟଙ୍କ ହାତାହାତିରେ ଥାନା କ୍ୟାମ୍ପସ୍ ରଣକ୍ଷେତ୍ର ପାଲଟିଥିଲା । ପୁଲିସ୍ କର୍ମଚାରୀ ପହଞ୍ôଚ ସେମାନଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ ।










