17.1 C
Bhubaneswar
Monday, December 22, 2025
Homeଓଡିଶାଉପର ଲାନ୍ଥ ଓ ଲୋୟର ଇନ୍ଦ୍ରା ଜଳସେଚନ ପ୍ରକଳ୍ପର ସମୀକ୍ଷା ବୈଠକ

ଉପର ଲାନ୍ଥ ଓ ଲୋୟର ଇନ୍ଦ୍ରା ଜଳସେଚନ ପ୍ରକଳ୍ପର ସମୀକ୍ଷା ବୈଠକ

ଭୁବନେଶ୍ୱର: ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଉପର ଲାନ୍ଥ ଓ ଲୋୟର ଇନ୍ଦ୍ରା ଜଳସେଚନ ପ୍ରକଳ୍ପର ସମୀକ୍ଷା ବୈଠକ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ମଧ୍ୟ ଉପସ୍ଥିତ ଥିଲେ । ଉପର ଲାନ୍ଥ ଓ ଲୋୟର ଇନ୍ଦ୍ରା ପ୍ରକଳ୍ପରେ ଓଡିଶା କୃଷି ମାନଚିତ୍ରରେ ପରିବର୍ତ୍ତନ ଆଣିପାରିବା ଭଳି କ୍ଷମତା ରହିଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଫଳରେ ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାର ୨୯,୯୦୦ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ମିଳିବ । କେବଳ କୃଷି ନୁହେଁ ଆନୁଷଙ୍ଗିକ କୃଷିରେ ମଧ୍ୟ ଉନ୍ନତି ପରିଲକ୍ଷିତ ହେବ । ଫଳରେ ଅଞ୍ଚଳବାସୀ ନିଜ ଜମିରେ ବିଭିନ୍ନ ପ୍ରକାର ଫସଲ ଅମଳ କରି ଆତ୍ମନିର୍ଭର ହେବା ସଂଗେ ସଂଗେ ଆନୁଷଙ୍ଗିକ କୃଷିରୁ ମଧ୍ୟ ଆଶାନୁରୂପ ରୋଜଗାର କରିପାରିବେ । ଏହାସହିତ ଏହିସବୁ ଅଞ୍ଚଳରେ ଉପୁଜୁଥିବା ଦାଦନ ଶ୍ରମିକ ଭଳି ବିରାଟ ସମସ୍ୟାର ସମାଧାନ ହୋଇପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ।

ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜମି ଅଧିଗ୍ରହଣ, ଅନୁକମ୍ପା ରାଶି ପ୍ରଦାନ, କେନ୍ଦ୍ରୀୟ ମଞ୍ଜୁରୀ, ଜଙ୍ଗଲ ଓ ପରିବେଶ ମଞ୍ଜୁରୀ, ବିସ୍ଥାପିତ ପରିବାରଙ୍କୁ ଥଇଥାନ ଇତ୍ୟାଦି କାର୍ଯ୍ୟ ସମ୍ପାଦନ ସମୟରେ ବିଳମ୍ବ ହେଲେ ଉପମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆଣିବା ଏବଂ ଆବଶ୍ୟକସ୍ଥଳେ ପ୍ରତ୍ୟକ୍ଷ ରୂପେ ନିଜେ ଜଡ଼ିତ ରହି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରକାଶ କରିଛନ୍ତି । ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ପ୍ରକଳ୍ପର ବିଭିନ୍ନ ଦିଗ ବିଷୟରେ ବିସ୍ତୃତ ଭାବରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ବୈଠକରେ ଜଳସେଚନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖର ପାଢ଼ୀ, ବୈଷୟିକ ଅଧିକାରୀ, ବରିଷ୍ଠ ଅଧିକାରୀ ଯୋଗଦେଇଥିବା ବେଳେ ଆଭାସି ମାଧ୍ୟମରେ ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାପାଳ ଓ ବନଖଣ୍ଡ ଅଧିକାରୀ ଯୋଗଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking