30.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶସମୁଦ୍ର ଜଳରୁ ୟୁରାନିୟମ ବାହାର କରୁଛି ଚୀନ୍‌

ସମୁଦ୍ର ଜଳରୁ ୟୁରାନିୟମ ବାହାର କରୁଛି ଚୀନ୍‌

ବେଜିଂ: ସମସ୍ତେ ବେଶ୍ ଭଲଭାବେ ଜାଣିଛନ୍ତି ଯେ, ପରମାଣୁ ଶକ୍ତି ଉତ୍ପନ୍ନ ପାଇଁ ୟୁରାନିୟମ୍ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୌଳିକ। ତେବେ ଏହି ସିଦ୍ଧାନ୍ତକୁ ଦୃଷ୍ଟିରେ ରଖି ଚୀନ୍ ଏବେ ନିଜ ପାଖରେ ପ୍ରଚୁର ମାତ୍ରୋରେ ୟୁରାନିୟମ୍ ଠୁଳ କରିବାରେ ଲାଗିପଡିଛି। ରିପୋର୍ଟ ଅନୁସାରେ ଚୀନ୍ ବୈଜ୍ଞାନିକମାନେ ଦୀର୍ଘଦିନର ଗବେଷଣା ପରେ ଏବେ ସମୁଦ୍ର ଜଳରୁ ୟୁରାନିୟମ ବାହାର କରିବାର ଏକ ପ୍ରଯୁକ୍ତିବିଦ୍ୟା ବିକଶିତ କରିଛନ୍ତି। ଏହା ଅତ୍ୟନ୍ତ କମ୍ ଖର୍ଚ୍ଚରେ ସମୁଦ୍ର ଜଳରାଶିରୁ ୟୁରାନିୟମ୍ ଉତ୍ପାଦନ କରିବାର ଏକ ଶକ୍ତି ତଥା ଦକ୍ଷଯୁକ୍ତ ଆବିଷ୍କାର। ଏହି ଆବିଷ୍କାର ଦ୍ୱାରା କମ୍ ସମୟରେ ଏବଂ କମ୍ ଖର୍ଚ୍ଚରେ ଇଚ୍ଛାମୁତାବକ ୟୁରାନିୟମ ଠୁଳ କରିପାରିବ। ଏହି ଆବିଷ୍କାରକୁ ଘରୋଇସ୍ତରରେ ଚୀନ୍‌ର ପରମାଣୁ ମିସନକୁ ଇନ୍ଧନ ଯୋଗାଣ ଦିଗରେ ଏକ ପ୍ରମୁଖ ସଫଳତା ଭାବରେ ବିବେଚନା କରାଯାଉଛି। ସିଧାସିଧା କହିଲେ ଏହି ଆବିଷ୍କାର ଚୀନ୍‌କୁ ଏବେ ପରମାଣୁ ମହାଶକ୍ତି ହେବା ଦିଗରେ ଯାତ୍ରାରେ ଆହୁରି ଆଗକୁ ନେବ। ବିଶ୍ୱର ସର୍ବାଧିକ ସଂଖ୍ୟକ ପରମାଣୁ ରିଆକ୍ଟର ଚୀନ୍‌ରେ ନିର୍ମାଣ ହେଉଛି ଏବଂ ଏହି ନୂତନ ଆବିଷ୍କାର ଚୀନ୍‌ର ପରମାଣୁ ମିସନକୁ ନୂତନ ଶକ୍ତି ଦେଇପାରିବ। କେବଳ ସେତିକି ନୁହେଁ ଚୀନ୍ ଏବେ ୟୁରାନିୟମ୍ ପାଇଁ ଅନ୍ୟ ରାଷ୍ଟ୍ରଙ୍କ ଉପରେ ଆଉ ନିର୍ଭରଶୀଳ ମଧ୍ୟ ରହିବ ନାହିଁ। ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି ଅନୁଯାୟୀ, ୨୦୩୦ ସୁଦ୍ଧା ଚୀନ୍ ଆମେରିକା ଏବଂ ୟୁରୋପକୁ ପଛରେ ପକାଇ ସବୁଠାରୁ ବଡ଼ ପରମାଣୁ କ୍ଷମତା ବିଶିଷ୍ଟ ଦେଶ ହୋଇପାରିବ।

ଚୀନ୍‌ର ହୁନାନ୍ ବିଶ୍ୱବିଦ୍ୟାଳୟର ଶୁଆଙ୍ଗୟିନ୍ ୱାଙ୍ଗ ଏବଂ ତାଙ୍କ ଦଳ ଦ୍ୱାରା ବିକଶିତ ନୂତନ ପଦ୍ଧତିରେ ଦୁଇଟି ତମ୍ବା ଇଲେକ୍ଟ୍ରୋଡ୍ ଅଛି, ଗୋଟିଏ ପଜିଟିଭ୍ ଏବଂ ଅନ୍ୟଟି ନେଗେଟିଭ୍‌। ଉଭୟ ଇଲେକ୍ଟ୍ରୋଡ୍ ୟୁରାନିୟମକୁ ନିଜ ଆଡକୁ ଆକର୍ଷିତ କରିପାରିବ। ଏହା ଆଜି ପର୍ଯ୍ୟନ୍ତ ବ୍ୟବହାର ହେଉଥିବା ଅନ୍ୟ ଯେକୌଣସି ପଦ୍ଧତି ତୁଳନାରେ ଅଧିକ ପ୍ରଭାବଶାଳୀ ଏବଂ ଶସ୍ତା। ଗୋଟିଏ ପରୀକ୍ଷଣରେ, ଏହି କୌଶଳ କେବଳ ୪୦ମିନିଟରେ ଲୁଣିଆ ପାଣିରୁ ୧୦୦% ୟୁରାନିୟମ ବାହାର କରାଯାଇଥିଲା। ପୁରୁଣା ସ୍ପଞ୍ଜ-ଆଧାରିତ ପଦ୍ଧତିରେ ଏହା ମାତ୍ର ୧୦% ଥିଲା। ତେବେ ବର୍ତ୍ତମାନ ଏହି ପ୍ରଯୁକ୍ତିବିଦ୍ୟା କେବଳ ଲ୍ୟାବରେ ଏବଂ କ୍ଷୁଦ୍ର ସ୍ତରରେ ପରୀକ୍ଷଣ କରାଯାଇଛି। ୧୦୦ ଲିଟର ସମୁଦ୍ର ପାଣିରେ କରାଯାଇଥିବା ଏକ ପରୀକ୍ଷଣରେ, ପ୍ରାୟ ୯୦ ପ୍ରତିଶତ ୟୁରାନିୟମ ବାହାର କରାଯାଇପାରିଥିବା କୁହାଯାଉଛି। ଯଦି ଏହି ପ୍ରଣାଳୀକୁ ବଡ଼ ପରିମାଣରେ ବୃଦ୍ଧି କରାଯାଏ, ତେବେ ଭବିଷ୍ୟତରେ ସମୁଦ୍ରରୁ ୟୁରାନିୟମ ବାହାର କରିବା ଏକ ଶିଳ୍ପ ହୋଇପାରିବ। ପ୍ରକାଶ, ସମୁଦ୍ରରେ ପ୍ରାୟ ୪.୫ ବିଲିୟନ ଟନ୍ ୟୁରାନିୟମ୍ ଅଛି, ଯାହା ପାରମ୍ପରିକ ଖଣିରୁ ମିଳୁଥିବା ୟୁରାନିୟମ୍ ଅପେକ୍ଷା ହଜାର ଗୁଣା ଅଧିକ। ଏହି ପ୍ରଯୁକ୍ତିର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ଏହାର କମ୍ ଖର୍ଚ୍ଚ। ଗୋଟିଏ କିଲୋଗ୍ରାମ ୟୁରାନିୟମ ବାହାର କରିବାକୁ ମାତ୍ର ୮୩ ଡଲାର ଖର୍ଚ୍ଚ ହେବ। ଯେତେବେଳେ କି ପୁରୁଣା ପଦ୍ଧତିରେ ୨୦୫ ଡଲାରରୁ ୩୬୦ଡଲାର ଖର୍ଚ୍ଚ ହେଉଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking