27.1 C
Bhubaneswar
Thursday, June 12, 2025
Homeଓଡିଶାନବବିବାହିତ ଯୁବକଙ୍କୁ ହତ୍ୟା

ନବବିବାହିତ ଯୁବକଙ୍କୁ ହତ୍ୟା

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ମହକୁମା ୱାର୍ଡ଼ ନମ୍ବର-୧୧, ଶିବଶକ୍ତି ନଗରର ଜଣେ ନବ ବିବାହିତ ଯୁବକଙ୍କ ହତ୍ୟା ଏବେ ଚାଞ୍ଚଲ୍ୟ ଖେଳାଇଦେଇଛି । ଯୁବକଙ୍କ ମୃତଦେହ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା କୋମାଖାନ ପୁଲିସ ଷ୍ଟେସନ ଅଞ୍ଚଳରୁ ମିଳିଛି । କସେକେରା – ଟୋଙ୍ଗୋପାନୀ ରାସ୍ତା କଡ଼ରୁ ମୃତଦେହ ମୁହଁ ଓ ହାତରେ ଟେପ୍‌ ବନ୍ଧା ହୋଇଥିବା ଅବସ୍ଥାରେ ମିଳିଛି । ନୂଆପଡ଼ା ସଦର ଶିବ ଶକ୍ତିନଗରରେ ରହୁଥିବା ଶିକ୍ଷକ ମନବୋଧ ତ୍ରିପାଠୀଙ୍କ ଏକମାତ୍ର ପୁଅ ମାନସ ରଞ୍ଜନ ତ୍ରିପାଠୀ ଗତ ୮ ତାରିଖ ସଂଧ୍ୟାରୁ ନିଖୋଜ ଥିଲେ। ସେ ଫାର୍ମାସିଷ୍ଟ କୋର୍ସ କରିଥିବାରୁ ଆଖ ପାଖ ଅଞ୍ଚଳରେ ବୁଲି ବୁଲି ରୋଗୀ ସେବା କରୁଥିଲେ। ନିଖୋଜ ହେବା ନେଇ ନୂଆପଡ଼ା ସଦର ପୁଲିସ ଷ୍ଟେସନରେ ପରିବାର ଲୋକ ଏତଲା ଦେଇଥିଲେ । ୩୨ ବର୍ଷୀୟ ମାନସ ଗତ ମାସ ୨୩ ତାରିଖରେ ଛତିଶଗଡ଼ର ପିଥୋଡାରୁ ଵିଵାହ କରିଥିଲେ ।

୯ ତାରିଖରେ ମୃତଦେହ ଛତିଶଗଡ଼ରେ ମିଳିଥିଲା । ପିନ୍ଧିଥିବା ଟିସାର୍ଟ ଓ ହାତ ମୁଦିରୁ ମାନସଙ୍କ ମୃତଦେହକୁ ପରିବାର ଲୋକ ଚିହ୍ନଟ କରିଥିଲେ। ତାଙ୍କୁ ହତ୍ୟା କରାଯାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ମିଳିଛି ।ବ ବ୍ୟବଚ୍ଛେଦ ପରେ ଛତିଶଗଡ଼ ପୁଲିସ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking