21.1 C
Bhubaneswar
Thursday, December 18, 2025
Homeଓଡିଶାବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଆଖି ବୁଜିଲେ ବର

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଆଖି ବୁଜିଲେ ବର

ମାହାଙ୍ଗା: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଆଖି ବୁଜିଲେ ବର। ଏପରି ଏକ ଘଟଣା ଦେଖିବାକୁ ମିଳିଛି ମାହାଙ୍ଗା ଥାନା ନୃତାଙ୍ଗ ପଞ୍ଚାୟତରେ।  ବାପ ମାଙ୍କ ଏକ ମାତ୍ର ପୁତ୍ରର ବିବାହ ଉତ୍ସବ ପାଇଁ କରାଯାଇଥିଲା ଧୁମ୍‌ ଧାମ୍‌ର ଆୟୋଜନ। ଏପରିକି ବିରାଟ ପଟୁଆର ସହ ବିବାହ ସମ୍ପନ୍ନ କରି ବର କନ୍ୟା ଘରକୁ ଫେରିଥିଲେ। ଚଡଠି ରାତିର ଦିନକ ପୂର୍ବରୁ ବେଦି ଉପରକୁ ବର କନ୍ୟା କଡଡି ଖେଳିବାକୁ ଯାଇଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ ନବ ବିବାହିତ ବର କନ୍ୟା । କିନ୍ତୁ ସେଠାରେ କନ୍ୟା ସମ୍ମୁଖରେ ଟଳିପଡିଥିଲେ ବର। ଏଭଳି ଘଟଣା ଘଟିଛି ମାହାଙ୍ଗା ଥାନା ଅଧିନ ନୁର୍ତାଙ୍ଗ ଗ୍ରାମରେ। ସୂଚନା ଅନୁସାରେ ଗତ ୭ ତାରିଖ ବୁଧବାର ଦିନ ନୁର୍ତାଙ୍ଗ ଗ୍ରାମର ସନ୍ତୋଷ କୁମାର ସାହୁଙ୍କ ଏକମାତ୍ର ପୁତ୍ର ସତମନୁ  ସାହୁ (ଲିଟୁ ) ଯାଜପୁର ଜିଲ୍ଲା ବୈରୀ ଥାନା ଅଞ୍ଚଳର ଜନୈକ ଯୁବତୀଙ୍କ ସହ ବୈଦିକ ରିତି ଅନୁଯାୟୀ ବିବାହ ହୋଇଥିଲା।

ଶୁକ୍ରବାର ସନ୍ଧ୍ୟାରେ ବିଧି ଅନୁଯାୟୀ ବେଦୀ ଉପରେ ବର-କନ୍ୟାଙ୍କ କଉଡି ଖେଳ ଆରମ୍ଭ ହୋଇଥିଲା। ଉଭୟ ବର ଓ କନ୍ୟା  କଉଡି ଖେଳିବା ପାଇଁ ପଡିଥିବା ପଉଡ ମସିଣା ଉପରେ ବସିଥିଲେ। ଅସାବଧାନତା ବସତଃ ପଉଡ ମଶିଣା ତଳେ ଏକ ଛିଣ୍ଡା ବିଦ୍ୟୁତ୍‌ ତାର ପଡିରହିଥିଲା। ଯାହାଫଳରେ ପ୍ରଥମେ ସତମନୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିବା ବେଳେ କନ୍ୟା ମଧ୍ୟ ସାମାନ୍ୟ ଆଘାତ ପାଇଥିଲେ। ସତମନୁକୁ ଗୁରୁତର ଅବସ୍ଥାରେ ପ୍ରଥମେ ମାହାଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସତମନୁଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକର ଛାୟା ଖେଳିଯାଇଛି। ଏଥିସହ ବାପ ମା ତାଙ୍କର ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇ ମୁକ ପାଲଟି ଯାଇଛନ୍ତି। ପରେ କନ୍ୟା ପକ୍ଷ ନୁର୍ତାଙ୍ଗରେ ପହଞ୍ଚି ଶୁକ୍ରବାର ରାତିରେ କନ୍ୟାକୁ ବାପ ଘରକୁ ନେଇଯାଇଥିଲେ। ଆଜି ସତମନୁଙ୍କ ଶବ ବ୍ୟବଛେଦ ହେବା ପରେ ଏକ ଶୋକାକୁଳ ପରିବେଶରେ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking