32.1 C
Bhubaneswar
Tuesday, June 10, 2025
Homeଦେଶ ବିଦେଶସୁଧୁରୁନି ପାକିସ୍ତାନ: ଏଲ୍‌ଓସିରେ ପ୍ରବଳ ଗୁଳିମାଡ଼

ସୁଧୁରୁନି ପାକିସ୍ତାନ: ଏଲ୍‌ଓସିରେ ପ୍ରବଳ ଗୁଳିମାଡ଼

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଭିତରେ ଭାରତୀୟ ସେନା ପକ୍ଷରୁ ଦିଆଯାଉଛି କଡ଼ା ଜବାବ୍‌ । ତଥାପି ସୁଧୁରୁନି ପାକ୍, ଏବେବି ଏଲ୍‌ଓସିରେ କରିଚାଲିଛି ଗୁଳି ବର୍ଷା । ଉରି,ବାରମୂଲା,ରଜୋରୀ ଏବଂ ପୁଞ୍ଚ ସେକ୍ଟରରେ କରୁଛି ଲଗାତାର ଗୁଳିମାଡ଼ । ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକ୍‌ । ଗୁଳିମାଡ଼ରେ ଭାଙ୍ଗିଲା ସାଧାରଣ ନିରୀହ ଲୋକଙ୍କ ଘର ଦ୍ୱାର । ସାରାରାତି ଗୁଳି ଫୁଟୁଥିବା ନେଇ ସ୍ଥାନୀୟ ଲୋକଙ୍କ ବୟାନ ।  ଭାରତର ତିନି ସେନା ଆକ୍ସନ ମୋଡ଼ରେ, ଗତ କାଲି ପାକ୍‌ ପଠାଇଥିବା ଚାଇନା ମାଲ୍‌କୁ ଧୂଳି ଚଟାଇଛି ଭାତରର ଏସ୍‌-୪୦୦ ।  ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଇଏନ୍‌ଏସ୍‌ ବିକ୍ରାନ୍ତ ମଧ୍ୟ ଗତ କାଲି ଆରବ ସାଗରରେ ଗର୍ଜି ଥିଲା । ଅନେକ ଡ୍ରୋନ୍‌କୁ ଧ୍ୱଂସ କରିଥିଲା ଭାରତ ତଥାପି ସୁଧୁରୁନି ପାକ୍‌,ଜାରି ରଖିଛି ଗୁଳି ମାଡ଼ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking