20.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ, ଜାଣନ୍ତୁ ୨୦୨୫ରେ ଆଉ କ’ଣ ଘଟିବ..

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ, ଜାଣନ୍ତୁ ୨୦୨୫ରେ ଆଉ କ’ଣ ଘଟିବ..

ନୂଆଦିଲ୍ଲୀ:  ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରମାଗତ ଭାବରେ ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି, ଯଦି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ ଏହା ଆଶ୍ଚର୍ଯ୍ୟଜନକ ହେବ ନାହିଁ । ଏହା କେବଳ ଆମେ କହୁନାହୁଁ, ବରଂ ମହାନ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ମଧ୍ୟ ସମାନ କିଛି ସୂଚାଉଛି । ହଁ ଆଜ୍ଞା, ୨୦୨୫ ବର୍ଷ ବିଷୟରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ, ପୃଥିବୀରେ ଏକ ବିରାଟ ଯୁଦ୍ଧର ସମ୍ଭାବନା ପ୍ରକାଶ ପାଇଛି । ଦେଶଗୁଡ଼ିକର ନାମ ନ ନେଇ, ସେ ତାଙ୍କ ଭବିଷ୍ୟବାଣୀ ମାଧ୍ୟମରେ ୨୦୨୫ ମସିହାରେ ଯୁଦ୍ଧର ଆଶଙ୍କା ପ୍ରକାଶ କରିଛନ୍ତି ।

ଏକ ପୋଷ୍ଟ ଅନୁଯାୟୀ, ଭେଙ୍ଗା ଏକ ସଂଘର୍ଷ ବିଷୟରେ ଚେତାବନୀ ଦେଇଥିଲେ ଯାହା ୟୁରୋପରକୁ ଦୋହଲାଇ ଦେବ । ସେ କୌଣସି ଦେଶର ନାମ ନେଇ ନଥିଲେ, କିନ୍ତୁ ତାଙ୍କର ଚେତାବନୀ ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି । ବିଶ୍ୱରେ ଅସ୍ଥିରତା ବୃଦ୍ଧି ପାଉଥିବାରୁ ତାଙ୍କର ବହୁ ବର୍ଷ ପୂର୍ବେ କରାଯାଇଥିବା ଭବିଷ୍ୟବାଣୀ ଆଜି ପୁଣି ଥରେ ଚର୍ଚ୍ଚାରେ ରହିଛି । ଭେଙ୍ଗା ମଧ୍ୟ ୨୦୨୫ ମସିହାରେ ଭୟଙ୍କର ଭୂମିକମ୍ପର ପୂର୍ବାନୁମାନ କରିଥିଲେ । ମାର୍ଚ୍ଚ ୨୮ ତାରିଖରେ ମିଆଁମାରରେ ୭.୭ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା ଏବଂ ୧,୭୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ଏଥି ସହ ଏହି ଭୂମିକମ୍ପରେ ଥାଇଲ୍ୟାଣ୍ଡ ମଧ୍ୟ ପ୍ରଭାବିତ ହୋଇଥିଲା । ଯେଉଁଠାରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୧୦୦ ରୁ ଅଧିକ ଲୋକ ନିଖୋଜ ଥିବା ରିପୋର୍ଟ ହୋଇଛି ।

ବାବା ଭେଙ୍ଗା ହେଉଛନ୍ତି ଜଣେ ଭବିଷ୍ୟବକ୍ତା । ସେ ୧୯୧୧ ମସିହାରେ ବୁଲଗେରିଆରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ନାମ ଭେଙ୍ଗେଲିଆ ପାଣ୍ଡେଭା ଗୁଷ୍ଟରୋଭା । ୧୨ ବର୍ଷ ବୟସରେ ଏକ ପ୍ରବଳ ଝଡ଼ରେ ସେ ଦୃଷ୍ଟି ହରାଇଥିଲେ, ଏହି ଘଟଣା ତାଙ୍କୁ ଭବିଷ୍ୟତ ଦେଖିବାର ଶକ୍ତି ଦେଇଥିଲା ବୋଲି ସେ ପରେ ଦାବି କରିଥିଲେ। ସେ ଅନେକ ପ୍ରମୁଖ ବିଶ୍ୱ ଘଟଣାର ସଠିକ୍ ଭବିଷ୍ୟବାଣୀ କରି ପ୍ରସିଦ୍ଧି ଅର୍ଜନ କରିଥିଲେ। ତାଙ୍କର ମୃତ୍ୟୁ ୧୯୯୬ ମସିହାରେ ହୋଇଥିଲା, କିନ୍ତୁ ତାଙ୍କର ଭବିଷ୍ୟବାଣୀ ଆଜି ମଧ୍ୟ ତାଙ୍କ ଅନୁଗାମୀ ଏବଂ ଅନ୍ୟମାନଙ୍କ ମାଧ୍ୟମରେ ପ୍ରସାରିତ ହେଉଛି । କିଛି ଲୋକ ତାଙ୍କର ଭବିଷ୍ୟବାଣୀ ଉପରେ ସନ୍ଦେହ କରନ୍ତି, କିନ୍ତୁ ଅନ୍ୟମାନେ ଏହାର ସଠିକତା ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking