15.1 C
Bhubaneswar
Thursday, December 18, 2025
Homeଓଡିଶାଓଏଭିଏସର ୱେବସାଇଟ୍ ହ୍ୟାକ୍

ଓଏଭିଏସର ୱେବସାଇଟ୍ ହ୍ୟାକ୍

ଭୁବନେଶ୍ୱର: ପହଲଗାମ ଆକ୍ରମଣର ଜବାବ ୧୫ ଦିନ ପରେ ଭାରତ ଅପରେସନ ସିନ୍ଦୂର ମାଧ୍ୟମରେ ଦେଇଛି । ଏହା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ)ର ୱେବସାଇଟ୍ ‘ପାକିସ୍ତାନ ସାଇବର ଫୋର୍ସ’ ଭାବରେ ନିଜର ପରିଚୟ ଦେଉଥିବା ଏକ ଗୋଷ୍ଠୀ ଦ୍ୱାରା ହ୍ୟାକ୍ ହୋଇଥିବା ଜଣାପଡ଼ିଛି। ବୁଧବାରଠାରୁ ୱେବସାଇଟ୍ଟି ଅକାମୀ ହୋଇପଡ଼ିଥିବା କୁହାଯାଉଛି।  ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ୱେବସାଇଟ୍ ଉପରେ କ୍ଲିକ୍ କଲେ ଏକ ଅସ୍ବାଭାବିକ ହୋମପେଜ୍ ଦେଖାଯାଉଛି ଯେଉଁଥିରେ ଲେଖା ଅଛି “ଏହି ୱେବସାଇଟ୍ ପାକିସ୍ତାନ ସାଇବର ଫୋର୍ସ ଦ୍ୱାରା ହ୍ୟାକ୍ କରାଯାଇଛି।

ଗୁରୁବାର ସାଇଟ୍ ପରିଦର୍ଶନ କରୁଥିବା ବ୍ୟବହାରକାରୀମାନେ ଏହା ବ୍ଲକଡ୍ ହୋଇଥିବା ଦେଖିବାକୁ ପାଇଥିଲେ। ଏହାକୁ ଆକ୍ସେସ କରି ହେଉ ନଥିବା ଜଣାପଡ଼ିଛି। ଏହି ଘଟଣା ସମ୍ପର୍କରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି  ବିବୃତି ଜାରି କରାଯାଇ ନାହିଁ। ସାଇବର ଆକ୍ରମଣ ପଛର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୱେବସାଇଟ୍ କାହିଁକି ଟାର୍ଗେଟ କରାଯାଇଛି  ତାହା ଜଣାପଡ଼ିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking