25.1 C
Bhubaneswar
Sunday, December 21, 2025
Homeଖେଳହାଇଦ୍ରାବାଦ ପ୍ଲେଅଫ୍ ଆଶା ଧୋଇଦେଲା ବର୍ଷା; ଦିଲ୍ଲୀ ବିପକ୍ଷ ମ୍ୟାଚ୍ ଫଳଶୂନ୍ୟ, ପଏଣ୍ଟ ଭାଗକଲେ ଦୁଇ...

ହାଇଦ୍ରାବାଦ ପ୍ଲେଅଫ୍ ଆଶା ଧୋଇଦେଲା ବର୍ଷା; ଦିଲ୍ଲୀ ବିପକ୍ଷ ମ୍ୟାଚ୍ ଫଳଶୂନ୍ୟ, ପଏଣ୍ଟ ଭାଗକଲେ ଦୁଇ ଟିମ୍‌

ହାଇଦ୍ରାବାଦ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ୫୫ତମ ମ୍ୟାଚ୍ ବର୍ଷା କାରଣରୁ ରଦ୍ଦ ହୋଇଛି। ଫଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌)ର ପ୍ଲେଅଫ୍ ପ୍ଲେଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି। ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ସୋମବାର ଅନୁଷ୍ଠିତ ମ୍ୟାଚ୍‌ରେ ଟସ୍ ଜିତି ହାଇଦ୍ରାବାଦ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ୍ ହରାଇ ୧୩୩ ରନ୍ କରିଥିଲା। ଦିଲ୍ଲୀ ପକ୍ଷରୁ ଆଶୁତୋଷ ଶର୍ମା ଓ ଟ୍ରିଷ୍ଟାନ୍ ଷ୍ଟବ୍ସ ସର୍ବାଧିକ ୪୧ ରନ୍ ଲେଖାଏ କରିଥିଲେ। ହାଇଦ୍ରାବାଦ ପକ୍ଷରୁ କ୍ୟାପ୍‌ଟେନ୍ ପ୍ୟାଟ୍ କମିନ୍ସଙ୍କୁ ୩ଟି ୱିକେଟ୍ ମିଳିଥିଲା। ତେବେ ହାଇଦ୍ରାବାଦ ଇନିଂସ୍ ଆରମ୍ଭ ପୂର୍ବରୁ ବର୍ଷା ହୋଇଥିଲା। ବର୍ଷା ବହୁ ସମୟ ଲାଗିରହିବା ପରେ ଛାଡ଼ିଯାଇଥିଲା ଏବଂ ଗ୍ରାଉଣ୍ଡ୍ ଷ୍ଟାଫ୍ ପଡ଼ିଆ ଶୁଖାଇବା ପାଇଁ ଉଦ୍ୟମ କରିଥିଲେ। ତେବେ ଅମ୍ପାୟାର୍ ପଡ଼ିଆ ନିରୀକ୍ଷଣ କରିବା ପରେ ମ୍ୟାଚ୍ ରଦ୍ଦ ଘୋଷଣା କରିଥିଲେ। ମ୍ୟାଚ୍ ରଦ୍ଦ ହେବା ଫଳରେ ଦୁଇ ଟିମ୍‌ଙ୍କୁ ୧-୧ ପଏଣ୍ଟ୍ ମିଳିଛି। ହାଇଦ୍ରାବାଦର ଏବେ ୭ ପଏଣ୍ଟ୍ ହୋଇଥିବା ବେଳେ ଟିମ୍‌ର ୩ଟି ମ୍ୟାଚ୍ ବାକି ରହିଛି। ଅନ୍ୟପକ୍ଷରେ ୧୩ ପଏଣ୍ଟ ହାସଲ କରି ଦିଲ୍ଲୀ ନିଜର ପ୍ଲେଅଫ୍ ଆଶା ବଜାୟ ରଖିଛି।

ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦିଲ୍ଲୀ କ୍ୟାପିଟାଲ୍ସର ଆରମ୍ଭ ବହୁତ ଖରାପ ଥିଲା। ଇନିଂସ୍‌ର ପ୍ରଥମ ବଲ୍‌ରେ ହିଁ ହାଇଦ୍ରାବାଦ କ୍ୟାପ୍‌ଟେନ୍ ପ୍ୟାଟ୍ କମିନ୍ସ କରୁଣ ନାୟରଙ୍କ ୱିକେଟ୍ ଅକ୍ତିଆର କରିଥିଲେ। ଏହାପରେ ଦିଲ୍ଲୀର ୱିକେଟ୍ ତାସ୍‌ଘର ପରି ଭୁଶୁଡ଼ି ପଡ଼ିଥିଲା। କମିନ୍ସ ତୃତୀୟ ଓଭର୍‌ରେ ଫାଫ୍ ଡୁପ୍ଲେସିସ୍ (୩) ଏବଂ ପଞ୍ଚମ ଓଭର୍‌ରେ ଅଭିଷେକ ପୋରେଲ୍ (୮)ଙ୍କୁ ପ୍ୟାଭିଲିୟନ୍ ଫେରାଇଥିଲେ। ଏହାପରେ ୬ଷ୍ଠ ଓଭର୍‌ରେ ହର୍ଷଲ୍ ପଟେଲ୍ କ୍ୟାପ୍‌ଟେନ୍ ଅକ୍ଷର ପଟେଲ୍ (୬)ଙ୍କୁ ଏବଂ ଜୟଦେବ ଉନାଦକତ୍ ଅଷ୍ଟମ ଓଭର୍‌ରେ କେଏଲ୍ ରାହୁଲ (୧୦)ଙ୍କୁ ପ୍ୟାଭିଲିୟନ୍ ରାସ୍ତା ଦେଖାଇଥିଲେ। ମାତ୍ର ୨୯ ରନ୍‌ରେ ଦିଲ୍ଲୀ ୫ ୱିକେଟ୍ ହରାଇଥିଲା। ଏହାପରେ ଟ୍ରିଷ୍ଟନ୍ ଷ୍ଟବ୍ସ ଓ ବିପରାଜ ନିଗମ ଇନିଂସ୍ ସମ୍ଭାଳି ୩୩ ରନ୍‌ର ପାର୍ଟନରଶିପ୍ କରିଥିବା ବେଳେ ବିପରାଜ ଦୁର୍ଭାଗ୍ୟଜନକ ଭାବେ ରନ୍‌ଆଉଟ୍ ହୋଇଥିଲେ। ବିପରାଜ କେବଳ ୧୭ ବଲ୍‌ରେ ଗୋଟିଏ ଲେଖାଏ ଛକା ଓ ଚୌକା ସହାୟତାରେ ୧୮ ରନ୍ କରିଥିଲେ। ବିପରାଜଙ୍କ ଆଉଟ୍ ପରେ ଷ୍ଟବ୍ସ ଓ ଆଶୁତୋଷ ଶର୍ମାଙ୍କ ମଧ୍ୟରେ ୬୬ ରନ୍‌ର ପାର୍ଟନରଶିପ୍ ହୋଇଥିଲା। ଏହି ପାର୍ଟନରଶିପ୍ ବଳରେ ଦିଲ୍ଲୀ ସ୍କୋର୍ ୧୩୩ ରନ୍‌ରେ ପହଞ୍ଚିଥିଲା। ଅନ୍ତିମ ଓଭର୍‌ରେ ଏଶାନ୍ ମାଲିଙ୍ଗାଙ୍କ ବଲ୍‌ରେ ଆଶୁତୋଷ କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ୨୬ ବଲ୍‌ରେ ୨ ଚୌକା ଓ ୩ ଛକା ସହାୟତାରେ ୪୧ ରନ୍ କରିଥିଲେ। ଷ୍ଟବ୍ସ ୩୬ ବଲ୍‌ରୁ ୪ ଚୌକା ଓ ଗୋଟିଏ ଛକା ସହାୟତାରେ ୪୧ ରନ୍ କରି ମିଚେଲ୍ ଷ୍ଟାର୍କ (୧)ଙ୍କ ସହ ଅପରାଜିତ ରହିଥିଲେ। ହାଇଦ୍ରାବାଦ ପକ୍ଷରୁ କମିନ୍ସ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଜୟଦେବ ଉନାଦକତ୍ ହର୍ଷଲ୍ ପଟେଲ୍‌, ଏଶାନ୍ ମାଲିଙ୍ଗାଙ୍କୁ ୧-୧ ସଫଳତା ମିଳିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking