31.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶଯୁବତୀଙ୍କୁ ଏସିଡ୍ ଫିଙ୍ଗିଲେ ଯୁବକ

ଯୁବତୀଙ୍କୁ ଏସିଡ୍ ଫିଙ୍ଗିଲେ ଯୁବକ

ଲକ୍ଷ୍ନୌ : ଉତ୍ତରପ୍ରଦେଶରର ମଉଁରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବତୀଙ୍କୁ ତାଙ୍କ ବିବାହର କିଛି ଦିନ ପୂର୍ବରୁ ଏସିଡ ଆଟାକ କରାଯାଇଛି। ଯୁବତୀ ଜଣକ ବ୍ୟାଙ୍କରୁ ଘରକୁ ଫେରୁଥିଲେ, ଏହି ସମୟରେ ବାଇକରେ ତିନି ଜଣ ଆସିଲେ, ତାଙ୍କୁ କହିଲେ ଯେ, ଯଦି ତୁମେ ମୋର ହେଲନି, ତେବେ ଆଉ କାହାର ହୋଇପାରିବନି। ଏହା କହି ସାରିବା ପରେ ତାଙ୍କ ଉପରେ ଏସିଡ୍ ମାଡ଼ କରାଯାଇଥିଲା।

ଅଭିଯୁକ୍ତ ରାମ ଜଗନ ସିଂହ ପଟେଲ, ରୀମାଙ୍କ ସଂପର୍କୀୟ ଥିଲେ। ରୀମାଙ୍କ ବିବାହ ଅନ୍ୟ କାହା ସହ ଧାର୍ଯ୍ୟ ହୋଇଥିଲା। ଗୁରୁବାର ସେ ବ୍ୟାଙ୍କରୁ ଫେରିବା ବେଳେ ତାଙ୍କ ଉପରେ ଏସିଡ୍ ମାଡ଼ କରିଥିଲା ଏହି ଅଭିଯୁକ୍ତ। ରାମ ଜଗନ ଏବଂ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଘଟଣାରେ ବ୍ୟବହାର କରାଯାଇଥିବା ବାଇକକୁ ଜବତ କରାଯାଇଛି। ଏହାପରେ ପୋଲିସକୁ କୁହାଯାଇଛି ଯେ, ତାଙ୍କ ପିଠି ଉପରେ ଏସିଡ୍ ପକାଯାଇଛି କାରଣ ତାଙ୍କ ବିବାହ ଅନ୍ୟ କାହା ସହ ନହେଲେ ସେ ରୀମାଙ୍କୁ ବିବାହ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking