ପାଲଲହଡା: ନିଖୋଜ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର । ବଅଁରପାଳ ବ୍ଲକ କୁସପଙ୍ଗା ଗାଁ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି । ଏକ କେନାଲ ଭିତରୁ ଉଦ୍ଧାର ହେଲା ଗଳିତ ମୃତଦେହ । ଏପ୍ରିଲ ୨୬ରୁ ନିଖୋଜ ଥିଲେ ମୃତ ଯୁବତୀ । ତାଳଚେର ରେଲୱେ ଷ୍ଟେସନ ଥାନାରେ ନିଖୋଜ ଏତଲା ହୋଇଥିଲା । ମୃତ ଯୁବତୀ ହେଲେ କଣିହାଁ ବ୍ଲକ ଲୋଧାଝରି ଗାଁର ବାସିନ୍ଦା । ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ଜାଳି ହତ୍ୟା କରାଯାଇଥିବା ଅଭିଯୋଗ । ତାଳଚେର ଷ୍ଟେସନରୁ ଅଟୋରେ ବାହାରି ଘରକୁ ଫେରିନଥିଲେ ଯୁବତୀ । ଅପହରଣ ସନ୍ଦେହରେ ଥାନାରେ ଅଭିଯୋଗ ହୋଇଥିଲା । ଆଜି ବିଲରୁ ଉଦ୍ଧାର ହେଲା ଯୁବତୀଙ୍କ ଗଳିତ ମୃତଦେହ ।










