18.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶପାକିସ୍ତାନକୁ ଚୀନ୍‌ର ସମର୍ଥନ ପରେ ଭାରତକୁ ବଡ଼ ସହାୟତା ଯୋଗାଇଲା ଆମେରିକା

ପାକିସ୍ତାନକୁ ଚୀନ୍‌ର ସମର୍ଥନ ପରେ ଭାରତକୁ ବଡ଼ ସହାୟତା ଯୋଗାଇଲା ଆମେରିକା

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଅନ୍ୟପକ୍ଷେ ଚୀନ୍‌, ପାକିସ୍ତାନକୁ ସମର୍ଥନ ବ୍ୟକ୍ତ କରିଛି। ପାକିସ୍ତାନ କହୁଥିବା ତଦନ୍ତ କଥାକୁ ଚୀନ୍ ଦୋହରାଉଛି। ତେବେ ଏପରି ସମୟରେ ଆମେରିକା ଏବେ ଭାରତ ସମର୍ଥନରେ ଆଗକୁ ଆସିଛି। ଆମେରିକା ଭାରତକୁ ୧୩୧ ନିୟୁତ ଡଲାର ମୂଲ୍ୟର ସାମରିକ ସାମଗ୍ରୀ ଓ ଲଜିଷ୍ଟିକ ସମର୍ଥନ ଯୋଗାଇବା ପାଇଁ ଏକ ବୈଦେଶିକ ସାମରିକ ବିକ୍ରୟକୁ ଅନୁମୋଦନ କରିଛି। ଏହି ସାମଗ୍ରୀ ହିନ୍ଦ୍‌-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତର ସାମୁଦ୍ରିକ ସୁରକ୍ଷା କ୍ଷମତାକୁ ବୃଦ୍ଧି କରିବ। ଏହି ପ୍ରସ୍ତାବିତ ବିକ୍ରୟ ଆମେରିକାର ବୈଦେଶିକ ନୀତି ଏବଂ ଜାତୀୟ ସୁରକ୍ଷା ଲକ୍ଷ୍ୟକୁ ସମର୍ଥନ କରିବ ଏବଂ ଭାରତ-ଆମେରିକା ରଣନୈତିକ ସମ୍ପର୍କକୁ ମଜବୁତ କରିବ। ଏହା ହିନ୍ଦ-ପ୍ରଶାନ୍ତ ଏବଂ ଦକ୍ଷିଣ ଏସିଆ ଅଞ୍ଚଳରେ ରାଜନୈତିକ ସ୍ଥିରତା, ଶାନ୍ତି ଓ ଅର୍ଥନୈତିକ ପ୍ରଗତି ପାଇଁ ଭାରତର ଭୂମିକାକୁ ଆହୁରି ଶକ୍ତିଶାଳୀ କରିବ। ତେବେ ଆମେରିକା ସରକାରଙ୍କ ଏହି ଅନୁମୋଦନ ଏପରି ଏକ ସମୟରେ ଆସିଛି, ଯେତେବେଳେ ଚୀନ୍ ଓ ତୁର୍କୀର ସମର୍ଥନ ସହ କିଛି ମାତ୍ରାରେ ସାମରିକ ସହାୟତା ମଧ୍ୟ ପାକିସ୍ତାନକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking