30.1 C
Bhubaneswar
Thursday, February 5, 2026
Homeଖେଳକାମ ଦେଲାନି ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଇନିଂସ୍‌; ହାଇଦ୍ରାବାଦକୁ ହରାଇ ଦ୍ୱିତୀୟରେ ଗୁଜରାଟ

କାମ ଦେଲାନି ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଇନିଂସ୍‌; ହାଇଦ୍ରାବାଦକୁ ହରାଇ ଦ୍ୱିତୀୟରେ ଗୁଜରାଟ

ଅହମ୍ମଦାବାଦ: ଚଳିତ ଆଇପିଏଲ୍ ସିଜନ୍‌ର ୫୧ତମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ୩୮ ରନ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇଦେଇଛି। ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ମ୍ୟାଚ୍‌ରେ ଗୁଜରାଟ ପ୍ରଥମେ ନିର୍ଦ୍ଧାରିତ ଓଭର୍‌ରେ ୬ ୱିକେଟ୍ ହରାଇ ୨୨୪ ରନ୍ କରିଥିଲା। ଜବାବରେ ହାଇଦ୍ରାବାଦ ୬ ୱିକେଟ୍ ବିନିମୟରେ ୧୮୬ ରନ୍ କରିବାକୁ ସମର୍ଥ ହୋଇଥିଲା। ଏହି ବିଜୟ ସହ ୧୦ରୁ ୭ ମ୍ୟାଚ୍ ଜିତି ଗୁଜରାଟ ୧୪ ପଏଣ୍ଟ ସହ ଟେବଲ୍‌ର ଦ୍ୱିତୀୟ ସ୍ଥାନକୁ ଉଠିଛି। ଅନ୍ୟପକ୍ଷରେ ୧୦ ମ୍ୟାଚ୍‌ରୁ ହାଇଦ୍ରାବାଦର ଏହା ସପ୍ତମ ପରାଜୟ।

ଲକ୍ଷ୍ୟର ପିଛା କରୁଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଇମ୍ପାକ୍ଟ ସବ୍ ଟ୍ରାଭିସ୍ ହେଡ୍ ଓ ଅଭିଷେକ ଶର୍ମା ଜୋରଦାର ଆରମ୍ଭ କରି ୨୭ ବଲ୍‌ରେ ୪୯ ରନ୍‌ର ପାର୍ଟନରଶିପ୍ କରିଥିଲେ। ତେବେ ହେଡ୍‌ଙ୍କୁ ଆଉଟ୍ କରି ପ୍ରସିଦ୍ଧ କ୍ରିଷ୍ଣା ଏହି ପାର୍ଟନରଶିପ୍‌ର ଅନ୍ତ ଘଟାଇଥିଲେ। ହେଡ୍ ୪ ଚୌକା ସହାୟତାରେ ୧୬ ବଲ୍‌ରେ ୨୦ ରନ୍ କରିଥିଲେ। ଈଶାନ୍ କିଶନ୍ ମାତ୍ର ୧୩ ରନ୍ କରି ଗେରାଲ୍ଡ କୋଟଏଟ୍‌ଜିଙ୍କ ବଲ୍‌ରେ ଫେରିଥିଲେ। କୋଏଟ୍‌ଜିଙ୍କର ଗୁଜରାଟ ଟାଇଟନ୍ସ ପକ୍ଷରୁ ଏହା ଡେବ୍ୟୁ ମ୍ୟାଚ୍ ଥିଲା। ଏହାପରେ ଅଭିଷେକ ଶର୍ମା ଓ ହେନ୍‌ରିକ୍ କ୍ଲାସେନ୍ ଇନିଂସ୍ ସମ୍ଭାଳି ତୃତୀୟ ୱିକେଟ୍ ପାଇଁ ୫୭ ରନ୍ ଯୋଡ଼ିଥିଲେ। ମାତ ୨୮ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିବା ଅଭିଷେକଙ୍କୁ ଅନୁଭବୀ ବୋଲର୍ ଈଶାନ୍ତ ଶର୍ମା ଆଉଟ୍ କରି ହାଇଦ୍ରାବାଦର ରନ୍ ଗତିରେ ବ୍ରେକ୍ ଲଗାଇଥିଲେ। ଅଭିଷେକ ୬ ଛକା ଓ ୪ ଚୌକା ସହାୟତାରେ ୪୧ ବଲ୍‌ରୁ ୭୪ ରନ୍ କରି ଫେରିଥିଲେ। ଅଭିଷେକଙ୍କ ପରେ କ୍ଲାସେନ୍ ୨୩ ରନ୍ କରି ବିଦାୟ ନେଇଥିଲେ। ୧୭ତମ ଓଭର୍‌ରେ ଅନିକେଶ୍ ବର୍ମା (୭) ଓ କାମିନ୍ଦୁ ମେଣ୍ଡିସ୍ (୦)ଙ୍କୁ ଆଉଟ୍ କରି ମହମ୍ମଦ୍ ସିରାଜ୍ ହାଇଦ୍ରାବାଦ୍‌କୁ ବ୍ୟାଟ୍ ଫୁଟ୍‌କୁ ଠେଲି ଦେଇଥିଲେ। କ୍ୟାପ୍‌ଟେନ୍ ପ୍ୟାଟ୍ କମିନ୍ସ () ଓ ନୀତୀଶ ରେଡ୍ଡୀ () ଅପରାଜିତ ଫେରିଥିଲେ। ଗୁଜରାଟ ପକ୍ଷରୁ ମହମ୍ମଦ ସିରାଜ୍ ଓ ପ୍ରସିଦ୍ଧ କ୍ରିଷ୍ଣା ୨-୨ ୱିକେଟ୍ ନେଇଥିବା ବେଳେ ଈଶାନ୍ତ ଶର୍ମା ଓ ଗେରାଲ୍ଡ କୋଏଟ୍‌ଜିଙ୍କୁ ୧-୧ ସଫଳତା ମିଳିଥିଲା।

ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଗୁଜରାଟ ପକ୍ଷରୁ କ୍ୟାପ୍‌ଟେନ୍ ଶୁଭମନ୍ ଗିଲ୍ ଓ ସାଇ ସୁଦର୍ଶନ ଜବରଦସ୍ତ ଆରମ୍ଭ କରି ପ୍ରଥମ ୱିକେଟ୍ ପାଇଁ ୪୧ ବଲ୍‌ରେ ୮୭ ରନ୍‌ର ପାର୍ଟନର୍‌ଶିପ୍ କରିଥିଲେ। ସାଇ ସୁଦର୍ଶନଙ୍କୁ ଆଉଟ୍ କରି ସ୍ପିନର୍ ଜିଶାନ୍ ଅନ୍‌ସାରୀ ଏହି ପାର୍ଟନରଶିପ୍ ଭାଙ୍ଗିଥିଲେ। ସୁଦର୍ଶନ ୯ ଚୌକା ସହାୟତାରେ ୨୩ ବଲ୍‌ରେ ୪୮ ରନ୍ କରିଥିଲେ। ସୁଦର୍ଶନଙ୍କ ଆଉଟ୍‌ର କିଛି ସମୟ ପରେ ଶୁଭମନ୍ ୨୫ ବଲ୍‌ରେ ଅର୍ଦ୍ଧଶତକ ପୂରା କରିଥିଲେ। ତେବେ ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଗିଲ୍ ଦୁର୍ଭାଗ୍ୟଜନକ ଭାବେ ହର୍ଷଲ ପଟେଲ୍‌ଙ୍କ ଥ୍ରୋ’ରେ ରନ୍ ଆଉଟ୍ ହୋଇଥିଲେ। ଗିଲ୍ ୧୦ ଚୌକା ଓ ୨ ଛକା ସହାୟତାରେ ୩୮ ବଲ୍‌ରେ ୭୮ ରନ୍ କରିଥିଲେ। ଏହା ପୂର୍ବରୁ ସେ ଜୋସ୍ ବଟ୍‌ଲର୍‌ଙ୍କ ସହ ଦ୍ୱିତୀୟ ୱିକେଟ୍ ପାଇଁ ୬୨ ରନ୍‌ର ପାର୍ଟନରଶିପ୍ କରିଥିଲେ। ଏହାପରେ ୱାଶିଂଟନ୍ ସୁନ୍ଦର୍‌ଙ୍କ ସହ ଇନିଂସ୍ ସମ୍ଭାଳି ବଟ୍‌ଲର୍ ୩୧ ବଲ୍‌ରେ ଅର୍ଦ୍ଧଶତକ କରିଥିଲେ। ଉଭୟଙ୍କ ମଧ୍ୟରେ ୫୭ ରନ୍‌ର ପାର୍ଟନରଶିପ୍ ହୋଇଥିଲା। ବଟ୍‌ଲର୍ ୬୧ ରନ୍ କରି ପ୍ୟାଟ୍ କମିନ୍ସଙ୍କ ବଲ୍‌ରେ ଅଭିଷେକ ଶର୍ମାଙ୍କୁ କ୍ୟାଚ୍ ଦେଇ ଫେରିଥିଲେ। ବଟ୍‌ଲର୍‌ଙ୍କ ୩୭ ବଲ୍‌ର ଇନିଂସ୍‌ରେ ଚାରି ଛକା ଓ ତିନି ଚୌକା ସାମିଲ ଥିଲା। ବଟ୍‌ଲରଙ୍କ ଆଉଟ୍ ପରେ ଗୁଜରାଟ ଅନ୍ତିମ ଓଭର୍‌ରେ ୱାଶିଂଟନ୍ (୨୧), ରାହୁଲ ତେୱତିଆ (୬) ଓ ରଶିଦ୍ ଖାନ୍ (୦)ଙ୍କ ୱିକେଟ୍ ହରାଇଥିଲା। ତିନିଟି ଯାକ ୱିକେଟ୍ ଫାଷ୍ଟ୍ ବୋଲର୍ ଜୟଦେବ ଉନାଦ୍‌କତ୍‌ଙ୍କ ଖାତାକୁ ଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking