28.4 C
Bhubaneswar
Tuesday, June 23, 2026
Homeଓଡିଶାମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଶୁଭେଚ୍ଛା

ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ସଫଳ ଏବଂ ଉଜ୍ଜଳ ଭବିଷ୍ୟତର କାମନା କରିଛନ୍ତି।

ଏକ ବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ, ମାଟ୍ରିକ ପରୀକ୍ଷାକୁ ଛାତ୍ରଛାତ୍ରୀମାନଙ୍କର କ୍ୟାରିୟରର ପ୍ରଥମ ସୋପାନ ବୋଲି ବିବେଚନା କରାଯାଇଥାଏ। ଆଜି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ସମସ୍ତ ବିଦ୍ୟାର୍ଥୀମାନଙ୍କୁ ମୁଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।

କଠିନ ପରିଶ୍ରମ ଏବଂ ଅଧ୍ୟବସାୟ ହିଁ ସଫଳତାର ଚାବିକାଠି। ଆଜି ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ବିଦ୍ୟାର୍ଥୀମାନେ ଆଗାମୀ ଦିନରେ ମଧ୍ୟ ନିଜର ପରିଶ୍ରମ ଜାରି ରଖିବେ ଏବଂ ଉଚ୍ଚଶିକ୍ଷା ଲାଭ କରି ନିଜ ପାଇଁ ଏକ ସ୍ୱର୍ଣ୍ଣିମ ଭବିଷ୍ୟତର ନିର୍ମାଣ କରିବେ ବୋଲି ମୁଁ ଆଶା କରୁଛି। ଏଥିସହିତ ଆଜିର ମାଟ୍ରିକ ପରୀକ୍ଷା ଫଳରେ ଆଶାନୁରୂପକ ଫଳ ପାଇନଥିବା ବିଦ୍ୟାର୍ଥୀମାନେ ହତୋତ୍ସାହିତ ନ ହୋଇ ଆଗାମୀ ଦିନରେ ଅଧିକ ପରିଶ୍ରମ କରି ସଫଳତା ଅର୍ଜନ କରନ୍ତୁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking