ନୂଆଦିଲ୍ଲୀ: ତେଲେଙ୍ଗାନାରେ ପୋଖରୀରେ ବୁଡି ୩ ଶିଶୁଙ୍କ ମୃତ୍ୟୁ ହୋଇଛି । ଏଭଳି ଅଘଟଣ ତେଲେଙ୍ଗାର ନାଗରକୁଣ୍ଣଲ ଜିଲ୍ଲାରେ ଘଟିଛି । ଶିଶୁମାନେ ପୋଖରୀ ପାଖରେ ଖେଳୁଥିବା ବେଳେ ଅସାବଧାନତା ଯୋଗୁଁ ସେମାନେ ବୁଡି ଯାଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ଲୋକମାନେ ପହଞ୍ଚି ଶିଶୁ ମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ଶବ ବ୍ୟବଚ୍ଛେଦ ପାଇଁ ୩ ଶିଶୁଙ୍କ ମୃତଦେହ ପଠାଯାଇଛି । ପରିବାର ଲୋକଙ୍କ ମନରେ ଏନେଇ ଶୋକର ଛାୟା ଖେଳିଯାଇଛି ।










