25.1 C
Bhubaneswar
Thursday, March 19, 2026
Homeଅପରାଧ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା!

୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା!

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗ୍ରାମରେ ଏକ ଅଭାବନୀୟ ଲୋମଟାଙ୍କୁରା ଘଟଣା ଘଟିଛି। ଦୁନିଆଁକୁ ଚିହ୍ନି ନଥିବା, ମା’ର ପଣତ କୋଳକୁ ଛାଡ଼ି ନଥିବା ଏକ ୪ ବର୍ଷର ନିଷ୍ପାପ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗ୍ରାମରେ ସପ୍ତାହବ୍ୟାପୀ ଚାଲିଥିବା ଯାତ୍ରା ଉତ୍ସବ ଦେଖିବାକୁ ଜୟନଗର ଗ୍ରାମର ଜଣେ ମହିଳା ତାଙ୍କ ଶିଶୁକନ୍ୟାକୁ ଆଣି ବାପଘରକୁ ଆସିଥିଲେ। ଯାତ୍ରାର ଗହଳି ଚହଳି ଲାଗିଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ଶିଶୁ କନ୍ୟାଟି ଆଉ ଘରକୁ ନ ଫେରିବାରୁ ପରିବାରରେ ଚହଳ ପଡ଼ିଥିଲା।

ଆତ୍ମୀୟସ୍ୱଜନ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସହ ଯାତ୍ରା କମିଟି ପକ୍ଷରୁ ଡାକବାଜି ଯୋଗେ ପିଲାଟିର ସନ୍ଧାନ ପାଇଁ ଘୋଷଣା କରାଯାଇଥିଲା। ପରେ ଏନେଇ ପାଟପୁର ଥାନା ପୁଲିସକୁ ମଧ୍ୟ ଖବର ଦିଆଗଲା। ତେବେ ଶୁକ୍ରବାର ବିଳମ୍ବିତ ରାତ୍ରି ପ୍ରାୟ ୧୨ଟା ସମୟରେ ଚନ୍ଦନ ନଗର ସାହି ଗ୍ରାମଦେବତୀ ମନ୍ଦିର ସନ୍ନିକଟ ଅଙ୍ଗନବାଡ଼ି କେନ୍ଦ୍ରର ନିର୍ମାଣାଧୀନ ଏକ ଗୃହରୁ ଶିଶୁକନ୍ୟାର ଉଲଗ୍ନ ମୃତଦେହକୁ ଉଦ୍ଧାର କରାଯାଇଥିଲା। ସଙ୍ଗେ ସଙ୍ଗେ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକୁ ନିଆଯାଇଥିଲା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର, ଆସିକା ଏସ୍‌ଡିପିଓ ସନ୍ତୋଷ କୁମାର ଜେନା, ପାଟପୁର ଥାନା ଆଇଆଇସି ଦୀପ୍ତିରଞ୍ଜନ ବେହେରା, ଚମାଖଣ୍ଡି ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ, ଶେରଗଡ଼ ଥାନା ଆଇଆଇସି ବୀରେନ୍ଦ୍ର ଶିଆଳ ପ୍ରମୁଖ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହ ତଦନ୍ତ କରିଥିଲେ। ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଖଲିଙ୍ଗିରେ ପହଞ୍ଚି ମୃତ ଶିଶୁକନ୍ୟାର ପରିବାରଙ୍କୁ ସମବେଦନା ଜଣାଇବା ସହ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ତୁରନ୍ତ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ସହ ହତ୍ୟାକାରୀର ଗିରଫଦାରୀ ପାଇଁ ସବୁ ମହଲରୁ ଦାବି ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking