27.2 C
Bhubaneswar
Tuesday, July 14, 2026
Homeଓଡିଶାବିଶାଳକାୟ ଗଛ ପଡ଼ି ୨ମୃତ

ବିଶାଳକାୟ ଗଛ ପଡ଼ି ୨ମୃତ

ବଲାଙ୍ଗୀର: ଯାତ୍ରୀଙ୍କ ଯାତ୍ରା ସଂପୂର୍ଣ୍ଣ ହୋଇପାରି ନାହିଁ। ଅଟୋରେ ଯାଉଥିବା ବେଳେ ଯାତ୍ରୀ ଜଣକ ଏକ ଦୁଃଖଦ ଘଟଣାର ସାମ୍ନା କରିଛନ୍ତି। କାଳବୈଶାଖୀର ତାଣ୍ଡବ ଲୀଳାରେ ଜୀବନ ହାରିବାକୁ ପଡ଼ିଛି। ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ଅଧୀନ ଆଠଗାଁ ରାସ୍ତାର କଂସବାହାଲ ଛକରେ ଯାତ୍ରୀବାହୀ ଅଟୋ ଉପରେ ବିଶାଳକାୟ ନିମ୍ବ ଗଛ ପଡ଼ିଯିବାରୁ ୨ ଜଣଙ୍କର ମୃତୁୃ ଘଟିଛି। ମୃତ ଯାତ୍ରୀ ହେଲେ ନଦୀ ନନ୍ଦ।

ଚାଳକଙ୍କର ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ ବଲାଙ୍ଗୀର ସହର ନିକଟ ଆଠଗାଁ ରାସ୍ତାର କଂସବାହାଲ ଦେଇ ତଣ୍ଡାମୁଣ୍ଡାର ନନ୍ଦୀ ନନ୍ଦଙ୍କୁ ନେଇ ଅଟୋ ଚାଳକ ଆଗକୁ ବଢୁଥିଲେ। ଅଟୋଟି କଂସବାହାଲ ନିକଟରେ ପହଞ୍ଚିବା ପୂର୍ବରୁ କାଳବୈଶାଖୀର ତାଣ୍ଡବ ଆରମ୍ଭ ହୋଇଯାଇଥିଲା। ଅଟୋରେ ଡ୍ରାଇଭର ଓ ଜଣେ ଯାତ୍ରୀ ଆସୁଥିବା ସମୟରେ ହଠାତ ଜୋରରେ ପବନ ବହିଥିଲା। ଏହି ସମୟରେ ରାସ୍ତାକଡ଼ରେ ଥିବା ଏକ ବଡ଼ ନିମ୍ବ ଗଛ ଉପୁଡ଼ି ଥିଲା। ନିମ୍ବଗଛଟି ଅଟୋ ଉପରେ ପଡ଼ିଥିଲା। ଫଳରେ ଅଟୋଟି ଚେପା ହୋଇଯାଇଥିଲା। ଅଟୋ ଉପରେ ବିଶାଳକାୟ ନିମ୍ବ ଗଛ ପଡ଼ିଯିବା ପରେ ଏଥିରେ ଥିବା ନନ୍ଦ ନନ୍ଦୀ ଓ ଯାତ୍ରୀ ଚିତ୍କାର କରୁଥିଲେ। କାଳବୈଶାଖୀ ଶାନ୍ତ ପଡ଼ିଲା ପରେ ସ୍ଥାନୀୟ ଲୋକେ ଘଟଣା ସଂପର୍କରେ ପୁଇଁତଳା ପୁଲିସ ଓ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking