21.1 C
Bhubaneswar
Saturday, February 14, 2026
Homeଓଡିଶାସୋଆ ଆଇବିସିଏସ୍ ପକ୍ଷରୁ ‘ବ୍ୟବସାୟର ସାମ୍ପ୍ରତିକ ଧାରା’କୁ ନେଇ କର୍ମଶାଳା

ସୋଆ ଆଇବିସିଏସ୍ ପକ୍ଷରୁ ‘ବ୍ୟବସାୟର ସାମ୍ପ୍ରତିକ ଧାରା’କୁ ନେଇ କର୍ମଶାଳା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ପକ୍ଷରୁ ବ୍ୟବସାୟର ବିଭିନ୍ନ ଦିଗକୁ ନେଇ ଏକ କର୍ମଶାଳା ନିକଟରେ ଆୟୋଜିତ ହୋଇଯାଇଛି। ‘ବ୍ୟବସାୟର ସାମ୍ପ୍ରତିକ ଧାରା’ ଶୀର୍ଷକ ଏହି କର୍ମଶାଳାରେ ମ୍ୟାନେଜମେଂଟ ଛାତ୍ରଛାତ୍ରୀ, ଶିକ୍ଷାବିତ୍ ଓ ଶିଳ୍ପ ଜଗତରୁ ପ୍ରାୟ ୫୦ ଜଣ ସାମିଲ ହୋଇଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଉପ-କୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଛାତ୍ରମଙ୍ଗଳ ଡିନ୍ ତଥା କର୍ମଶାଳାର ସଂଯୋଜକ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଇବିସିଏସ୍‌ର ଡିନ୍ ପ୍ରଫେସର ଅୟସକାନ୍ତ ମହାନ୍ତି ଓ ଆସୋସିଏଟ୍ ଡିନ୍ ପ୍ରଫେସର ମନୋରଞ୍ଜନ ଦାସ ଉପସ୍ଥିତ ଥିଲେ। କର୍ମଶାଳାର ପ୍ରଥମ ପର୍ଯ୍ୟାୟର ବିଷୟବସ୍ତୁ ଥିଲା ‘ଗ୍ରାହକ ସେବା କ୍ଷେତ୍ରରେ ସ୍ଥାୟିତ୍ୱ’। ଏ ସମ୍ପର୍କରେ ବାଟା ଇଣ୍ଡିଆର ସିନିୟର ଡିଷ୍ଟ୍ରିକ୍ଟ ମ୍ୟାନେଜର ଶ୍ରୀ ବିକାଶ କୁମାର ମିଶ୍ର ବକ୍ତବ୍ୟ ରଖିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ‘ସଷ୍ଟେନେବିଲିଟି ଇନ୍ ଲଜିଷ୍ଟିକ୍ସ ଆଣ୍ଡ ସପ୍ଲାଇ ଚେନ୍ ମ୍ୟାନେଜମେଂଟ’ ଶୀର୍ଷକ ବିଷୟବସ୍ତୁ ଉପରେ କ୍ୟାରାଟ୍‌ଲେନ୍‌-ଏ ଟାଇଟାନ୍ ଏନ୍‌ଟରପ୍ରାଇଜର ଜୋନାଲ ମର୍ଚ୍ଚାନ୍‌ଡାଇଜର ଶ୍ରୀମତି ନିକିତା ମହାନ୍ତି ବକ୍ତବ୍ୟ ରଖିଥିଲେ।

ସେହିପରି ‘ବ୍ୟବସାୟିକ ଯୋଗାଯୋଗର ସ୍ଥାୟିତ୍ୱ’ ଶୀର୍ଷକ ବିଷୟବସ୍ତୁ ଉପରେ ଆଗିଲସ୍ ଡାଇଗ୍ନୋଷ୍ଟିକର ସିନିୟର ରିଜିଓନାଲ୍ ମ୍ୟାନେଜର ଶ୍ର୍ରୀ ରିତେନ୍ଦ୍ର ନାଥ ମିତ୍ର ବକ୍ତବ୍ୟ ରଖିଥିଲେ। ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ସାମ୍ପ୍ରତିକ ଏବଂ ଭବିଷ୍ୟତ ବିଶ୍ୱର ପରିସ୍ଥିତି ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ। କର୍ମଶାଳାକୁ ଆଇବିସିଏସ୍‌ର ଆସୋସିଏଟ୍ ପ୍ରଫେସର ଡକ୍ଟର ରବିନାରାୟଣ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଆସିଷ୍ଟାଂଟ ପ୍ରଫେସର ଡକ୍ଟର ନେହା ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ। କର୍ମଶାଳାର ପରିଚାଳନା କମିଟିରେ ଡକ୍ଟର ସରଜୁ ପ୍ରସାଦ, ଡକ୍ଟର ଅଳକା ସାମନ୍ତରାୟ , ଡକ୍ଟର ସସ୍ମିତା ପଟ୍ଟନାୟକ ଏବଂ ଶ୍ରୀମତି ରୀତା ପୃଷ୍ଟିଙ୍କ ସମେତ ମାର୍କେଟିଂ ବିଭାଗର ସମସ୍ତ ଫ୍ୟାକଲ୍ଟି ମେମ୍ବର ସାମିଲ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking