19.1 C
Bhubaneswar
Sunday, December 21, 2025
Homeଓଡିଶାରାଜ୍ୟବ୍ୟାପୀ ପାଳନ ହେବ ବିଜୁ ବାବୁଙ୍କ ଶ୍ରାଦ୍ଧଦିବସ

ରାଜ୍ୟବ୍ୟାପୀ ପାଳନ ହେବ ବିଜୁ ବାବୁଙ୍କ ଶ୍ରାଦ୍ଧଦିବସ

– ଶଙ୍ଖଭବନରେ ନବୀନ ଦେବେ ଶ୍ରଦ୍ଧାଞ୍ଜଳି
– ବିଜୁ ବାବୁ ଥିଲେ ଓଡ଼ିଆ ଜାତିର ସ୍ୱାଭିମାନ ଓ ଅସ୍ମିତା
– ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାକୁ ଦୃଢ଼ ନିନ୍ଦା

ଭୁବନେଶ୍ୱର: ଏପ୍ରିଲ ୧୭ ତାରିଖ ଦିନ ପ୍ରବାଦ ପୁରୁଷ ତଥା ମହାନ ଦେଶପ୍ରେମୀ, ଅଗଷ୍ଟ ବିପ୍ଲବର ଯୋଦ୍ଧା, ରାଜନୀତିଜ୍ଞ, ପୂର୍ବତନ ମୁଖ୍ୟମନ୍ତ୍ରୀ, ଆଧୁନିକ ଓଡିଶାର ସ୍ଥପତି ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ଦିବସ ଅବସରରେ ରାଜ୍ୟବ୍ୟାପୀ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ। ଏହା ସହିତ ବିଜୁ ଜନତା ଦଳର ରାଜ୍ୟ ମୁଖ୍ୟାଳୟ ଶଙ୍ଖ ଭବନଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରବାଦ ପୁରୁଷଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିବେ ବୋଲି ଆଜି କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ଶ୍ରୀ ସଂଜୟ ଦାସବର୍ମା ସୂଚନା ଦେଇଛନ୍ତି।

ଶଙ୍ଖଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀ ଦାସବର୍ମା କହିଥିଲେ, ବିଜୁ ବାବୁ ହେଉଛନ୍ତି, ଓଡ଼ିଆ ଜାତିର ସ୍ୱାଭିମାନ ଓ ଅସ୍ମିତା। ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ପୋଡ଼ିଦେବା ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରିଥିବା ବେଳେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏହି ଘଟଣାକୁ ନେଇ ସାରା ରାଜ୍ୟରେ ପ୍ରତିବାଦର ସ୍ୱର ଉଠିଛି। ସମ୍ୱଲପୁର ଠାରେ, ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀଙ୍କ ନେତୃତ୍ୱରେ ଗତକାଲି ଅନୁଷ୍ଠିତ ହୋଇଥିବା ପ୍ରତିବାଦ ସଭାରେ ପ୍ରଦର୍ଶନକାରୀଙ୍କ ଉପରେ ପୋଲିସର ଆକ୍ରମଣ ଏବଂ ମହିଳାଙ୍କ ପ୍ରତି ଅମାନବୀୟ ଆଚରଣ ଘଟଣାକୁ ଆମେ ଦୃଢ଼ ନିନ୍ଦା କରୁଛୁ। ଆସନ୍ତାକାଲି ଅର୍ଥାତ ଏପ୍ରିଲ ୧୭ ତାରିଖ ଦିନ ବିଜୁ ବାବୁଙ୍କ ପୁଣ୍ୟତିଥି ଥିବାରୁ, ବିଜୁ ଜନତା ଦଳ ତରଫରୁ ରାଜ୍ୟର ସମସ୍ତ ଜିଲ୍ଲା ଓ ସମସ୍ତ ନିର୍ବାଚନମଣ୍ଡଳୀରେ ରାଜ୍ୟବ୍ୟାପି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ତିଳତର୍ପଣ କରାଯିବ ବୋଲି ଶ୍ରୀ ଦାସବର୍ମା ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking