23.1 C
Bhubaneswar
Sunday, February 8, 2026
Homeଓଡିଶାଶବ ପରିବହନ ପାଇଁ ସ୍ୱତନ୍ତ୍ର କଲ ସେଣ୍ଟର

ଶବ ପରିବହନ ପାଇଁ ସ୍ୱତନ୍ତ୍ର କଲ ସେଣ୍ଟର

ଭୁବନେଶ୍ୱର: ରାଜ୍ୟ ସରକାର ସୁବିଧାରେ ଶବ ପରିବହନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଯାଉଛନ୍ତି। ଏଥି ପାଇଁ ସରକାର କଲ ସେଣ୍ଟର ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି। କଲ ସେଣ୍ଟର ମାଧ୍ୟମରେ ରୋଗୀ ପରିବାର ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ସ୍ଥାପନ କରି ମୃତଦେହକୁ ଠିକ୍ ସମୟରେ ଏବଂ ସୁବିଧାରେ ନିର୍ଦ୍ଧାରିତ ସ୍ଥାନକୁ ପହଞ୍ଚା ଯାଇ ପାରିବ। ଏଥି ପାଇଁ ୧୦୮ ଆମ୍ବୁଲାନ୍ସ ଭଳି ରହିବ ସ୍ୱତନ୍ତ୍ର ଟୋଲ ଫ୍ରି ନମ୍ବର ପରିଚାଳିତ ହେବ।ଆଜି ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ପ୍ରାରମ୍ଭିକ ଆଲୋଚନା ହୋଇଛି। ସରକାରୀ ଡାକ୍ତରଖାନାରେ ମୃତ୍ୟୁ ହେଉଥିବା ବ୍ୟକ୍ତିଙ୍କ ଶବକୁ ସେମାନଙ୍କର ଘର କିମ୍ବା ଶ୍ମଶାନ ଯାଏଁ ପରିବହନ ପାଇଁ ଏହି କଲ ସେଣ୍ଟର କାମ କରିବ।

ବୈଠକରେ ପ୍ରାରମ୍ଭିକ ଭାବେ ଆଲୋଚନା ଅନୁସାରେ, ଅନ୍ୟ ରାଜ୍ୟରେ ଥିବା ଶବ ପରିବହନ ବ୍ୟବସ୍ଥା ନେଇ ଆଜି ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ସେହିପରି ଏବେ ରାଜ୍ୟରେ କେଉଁ ଜିଲ୍ଲାର ହସ୍ପିଟାଲରେ ବାର୍ଷିକ କେତେ ଲୋକଙ୍କ ମୃତ୍ୟୁ ହେଉଛି, ସେହି ହିସାବରେ କେତେ ଶବ ପରିବହନ ଗାଡ଼ି ଆବଶ୍ୟକ ସେନେଇ ସ୍ୱାସ୍ଥ୍ୟ ସଚିବ ତଥ୍ୟ ମାଗିଛନ୍ତି। ଆଗାମୀ ଦିନରେ ଶବ ପରିବହନ ପାଇଁ କିଲୋମିଟର ପିଛା ଦର କେତେ ରହିବ, ସେନେଇ ଆଲୋଚନା ହେବ ବୋଲି ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking