27.1 C
Bhubaneswar
Friday, December 19, 2025
Homeଓଡିଶାଓଡିଶା ବୈଦ୍ୟୁତିକ ଯନ୍ତ୍ରୀ ସେବା ସଂଘର ୪୩ତମ ବାର୍ଷିକ ସାଧାରଣ ପରିଷଦ ବୈଠକ

ଓଡିଶା ବୈଦ୍ୟୁତିକ ଯନ୍ତ୍ରୀ ସେବା ସଂଘର ୪୩ତମ ବାର୍ଷିକ ସାଧାରଣ ପରିଷଦ ବୈଠକ

ଭୁବନେଶ୍ୱର: ଓଡିଶା ବୈଦ୍ୟୁତିକ ଯନ୍ତ୍ରୀ ସେବା ସଂଘର ୪୩ତମ ବାର୍ଷିକ ସାଧାରଣ ପରିଷଦ ବୈଠକ ଭୁବନେଶ୍ୱର ସ୍ଥିତ “ ଗୀତଗୋବିନ୍ଦ ସଦନ” ରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ନବ ନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ସଂଘର ସଦସ୍ୟ ଭାବେ ସ୍ୱାଗତ କରାଗଲା। ଶ୍ରୀ ପ୍ୟାରିମୋହନ ମିଶ୍ର, ସର୍ବୋଚ୍ଚ ଯନ୍ତ୍ରୀ ତଥା ମୁଖ୍ୟ ବିଦ୍ୟୁତ୍ ନୀରିକ୍ଷକ, ଓଡିଶା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟୁତ୍ ସୁରକ୍ଷା, ଶକ୍ତି ସଂରକ୍ଷଣ ଓ ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୁମି ସୁଦୃଢିକରଣରେ ସଂଘର ଭୂମିକା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଯୁବ ଯନ୍ତ୍ରୀଙ୍କୁ ଜନସେବା ମନବୃତ୍ତିରେ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଥିଲେ। ସଂଘର ସଭାପତି, ସାଧାରଣ ସଂପାଦକ ଓ କୋଷାଧ୍ୟକ୍ଷ ସଂଘର ଭୂମିକା, ଲକ୍ଷ୍ୟ ଓ ବିଗତ ବର୍ଷର କାର୍ଯ୍ୟ ସାରଣୀ ଏବଂ ଆର୍ଥିକ ସ୍ଥିତି ସଂଘକୁ ଅବଗତ କରାଇଲେ।

ଏହି ବୈଠକରେ ସଂଘର ସଦସ୍ୟ ମାନେ ସମ୍ମୁଖୀନ କରୁଥିବା ବିଭିନ୍ନ ସମସ୍ୟା ଯଥା କାର୍ଯ୍ୟାଳୟ ଭିତ୍ତିଭୂମିର ଅଭାବ, ଓଡିଶା ଯନ୍ତ୍ରୀ ସେବା ପୁର୍ନଗଠନର ଆବଶ୍ୟକତା ଏବଂ ସଦସ୍ୟମାନଙ୍କ କଲ୍ୟାଣ ଉପରେ ଆଲୋଚନା କରିଥିଲେ। ଏହା ବ୍ୟତିତ ବିଦ୍ୟୁତ୍ ଦୁର୍ଘଟଣା ହ୍ରାସ ନିମନ୍ତେ ସୁରକ୍ଷା ଭିତ୍ତିକ ପ୍ରଶିକ୍ଷଣ ବୃଦ୍ଧି କରିବା ଏବଂ ଉପଭୋକ୍ତାମାନଙ୍କୁ ଶକ୍ତି ସଂରକ୍ଷଣ ଏବଂ ବିଦ୍ୟୁତ୍ ସୁରକ୍ଷା ଶିକ୍ଷା ଦେବା ଉପରେ ଚର୍ଚ୍ଚା ହୋଇଥିଲା। ନବ ନିଯୁକ୍ତ ସଭାପତି ଶ୍ରୀ ସୂର୍ଯ୍ୟମଣି ସାହୁ, ଉପସଭାପତି ଶ୍ରୀ ହୃଷିକେଶ ମେହେର, ସାଧାରଣ ସଂପାଦକ ଶ୍ରୀ ରମାକାନ୍ତ ନାୟକ ଓ ଅନ୍ୟ କର୍ମ କର୍ତ୍ତାଙ୍କୁ ସଦସ୍ୟମାନେ ସ୍ୱାଗତ ଜଣାଇଲେ। ସାଧାରଣ ପରିଷଦ ବୈଠକ ପାଇଁ ସ୍ୱତନ୍ତ୍ର ଛୁଟି ମଞ୍ଜୁରୀ ହୋଇଥିବାରୁ ସଂଘ ପକ୍ଷରୁ ଶକ୍ତି ଓ ଗୃହ ବିଭାଗକୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking