25.1 C
Bhubaneswar
Wednesday, February 11, 2026
Homeଓଡିଶାଓଡ଼ିଆ ପକ୍ଷ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତା ଓ କବିତା ପାଠୋତ୍ସବ

ଓଡ଼ିଆ ପକ୍ଷ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତା ଓ କବିତା ପାଠୋତ୍ସବ

ଯାଜପୁର: ଆଜି ରାଜ୍ଯ ସରକାର ଙ୍କ ପକ୍ଷରୁ ଓଡିଆ ପକ୍ଷ ପାଳନ ଅବସର ରେ ଜିଲ୍ଲା ସଦର ମହକୁମାରେ ଦୁଇ ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ନେଇ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶିବାନନ୍ଦ ସ୍ଵାଇଁ ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଏଗାର ତାରିଖ ଦିନ ଦଶ ଟା ସମୟରେ ଜିଲ୍ଲାର କୋଡିଏ ଟି କଲେଜ ର ଯୁକ୍ତ ତିନି ଛାତ୍ର, ଛାତ୍ରୀ ମାନେ ଭାଗ ନେଇ କବିତା, ପ୍ରବନ୍ଧ, ଗଳ୍ପ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ। ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଗାଳ୍ପିକ ସୂର୍ଯ୍ୟମଣି ଖୁଣ୍ଟିଆ, ଗାଳ୍ପିକା ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ, କବି ତୁହିନଂଶୁ ରଥ, ନିରଞ୍ଜନ ଜେନା, ଡକ୍ଟର ରୁଦ୍ର ନାରାୟଣ ପୃଷ୍ଟି, ମହେଶ୍ୱର ପାଢ଼ୀ ଯୋଗ ଦେବେ। ଦ୍ଵିତୀୟ ଅଧିବେଶନ ରେ ଯାଜପୁର ଜିଲ୍ଲାପାଳ ପୀ ଅନ୍ୱେଷା ରେଡ୍ଡୀ, କବି ଶ୍ରିହରୀ ଧଳ, ଗାଳ୍ପିକ ନିତ୍ୟାନନ୍ଦ ପଣ୍ଡା, ପଣ୍ତିତ ଭୂପତି ଭୂଷଣ ମିଶ୍ର ଅତିଥି ଭାବରେ ଯୋଗ ଦେଇ ପ୍ରତିଯୋଗୀତାରେ ସଫଳ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିବେ। ଆସନ୍ତା ବାର ତାରିଖ ଦିନ ଦଶ ଟା ସମୟରେ ଏକ ଜିଲ୍ଲା ସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହେବ। ଏହା ପରେ ଦ୍ଵିତୀୟ ଅଧିବେଶନ ରେ ଜିଲ୍ଲାର ମନ୍ତ୍ରୀ, ସାଂସଦ ଓ ସମସ୍ତ ବିଧାୟକ ଙ୍କ ସହ କବି ଗୌତମ ଜେନା, କବି ରାଜ କିଶୋର ପାଢ଼ୀ ପ୍ରମୂଖ ଅତିଥି ଭାବେ ଯୋଗଦେଇ ଜିଲ୍ଲାର ବରପୁତ୍ର ମାନଙ୍କ ସଂପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରସ୍ତୁତି ବୈଠକରେ ସାହିତ୍ୟ ଏକାଡେମୀ ପକ୍ଷରୁ ସଂଯୋଜକ ଥିବା ବିମଳ ପତି, ସଂଯୁକ୍ତା ମହାପତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲି ବେହେରା ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତ କଲେଜ ଛାତ୍ର ଛାତ୍ରୀ ଓ ଲେଖକ ଲେଖିକା ମାନଙ୍କୁ ଅନୁରୋଧ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking