26.1 C
Bhubaneswar
Wednesday, February 11, 2026
Homeଓଡିଶାଗାଜା ଉପରେ ଆମେରିକା - ଇସ୍ରାଏଲର ନରସଂହାର ବିରୁଦ୍ଧରେ ପ୍ରତିବାଦ ସଭା 

ଗାଜା ଉପରେ ଆମେରିକା – ଇସ୍ରାଏଲର ନରସଂହାର ବିରୁଦ୍ଧରେ ପ୍ରତିବାଦ ସଭା 

ଯାଜପୁର:  ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ପକ୍ଷରୁ ଯାଜପୁର ରୋଡର ଗୋପବନ୍ଧୁ ଛକ ଠାରେ ମଙ୍ଗଳ ବାର ଅପରାହ୍ନ ୫ଘଟିକା ସମୟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।ସାମ୍ରାଜ୍ୟବାଦୀ ଆମେରିକାର ମଦତପୃଷ୍ଟ ଇସ୍ରାଏଲ ପାଲେଷ୍ଟାଇନ ର ଗାଜା ଉପରେ ଦୀର୍ଘ ଦେଢ ବର୍ଷ ରୁ ଉର୍ଦ୍ଧ ସମୟ ଧରି ଅତ୍ୟନ୍ତ ବର୍ବରତାର ସହ ଆକ୍ରମଣ କରି ହଜାର ହଜାର ସଂଖ୍ୟାରେ ଶିଶୁ, ମହିଳା ଓ ଜନସାଧାରଣଙ୍କୁ ହତ୍ୟା କରି ଚାଲିଛି ତାହାର ପ୍ରତିବାଦ ଆଜି ଆମ ଦେଶ ତଥା ସାରା ବିଶ୍ୱର ଶୁଭବୁଦ୍ଧି ସମ୍ପନ୍ନ ଜନଗଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ପକ୍ଷରୁ ଆଜି ସାରା ଦେଶରେ ବିଭିନ୍ନ ରାଜ୍ୟ ରାଜଧାନୀ ସମେତ ଓ ଛୋଟ ବଡ ସହର ରେ ସଭା, ଶୋଭାଯାତ୍ରା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଉଛି। ପାର୍ଟିର ରାଜ୍ୟ କମିଟି ସଦସ୍ୟ କମ୍ରେଡ୍ ସୁରେଶ ପ୍ରଧାନ, ବିଜୟାନନ୍ଦ ମଲ୍ଲିକ ଓ କେଦାରନାଥ ସାହୁ ଙ୍କ ନେତୃତ୍ୱରେ ଏକ ପ୍ରତିବାଦ ଶୋଭାଯାତ୍ରା ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ, ସାମ୍ରାଜ୍ୟବାଦୀ ଆମେରିକା – ଇସ୍ରାଏଲ ଗାଜା ଉପରେ ଆକ୍ରମଣ ବନ୍ଦକର,ସାମ୍ରାଜ୍ୟବାଦୀ ଯୁଦ୍ଧ ବିରୁଦ୍ଧରେ ଶାନ୍ତି ଆନ୍ଦୋଳନ ଗଢ଼ିତୋଳ ଆଦି ସ୍ଳୋଗାନ ମାନ ଦେଇ ବଜାର ପରିକ୍ରମା କରିବା ପରେ ଶୋଭାଯାତ୍ରା ଗୋପବନ୍ଧୁ ଛକ ଠାରେ ପହଞ୍ଚିଥିଲା। ସେଠାରେ ପ୍ରତିବାଦ ସଭାରେ ରାଜ୍ୟ କମିଟି ସଦସ୍ୟ ମାନଙ୍କ ସହିତ ଜିଲ୍ଲା କମିଟି ସଦସ୍ୟ ନିରୂପମା ବେହେରା, ପାର୍ଟିର ଦାନଗଦୀ ଆଞ୍ଚଳିକ କମିଟି ସଂପାଦକ ବିଜୟ ଜେନା, କୋରେଇ ଆଞ୍ଚଳିକ କମିଟି ସଂପାଦକ ମେଘନାଦ ମଲ୍ଲିକ, ସଂଗଠକ ମହେଶ୍ବର ପୃଷ୍ଟି, ହୃଷୀକେଶ ସିଂ, ରାଧାକାନ୍ତ ଜେନା,ସନ୍ତୋଷ ସାହୁ, ସୌଦାଗର ବେହେରା ଓ ରାଜକିଶୋର ସାହୁ ପ୍ରମୁଖ ସାମ୍ରାଜ୍ୟବାଦୀ ଆମେରିକା ର ମଦତପୃଷ୍ଟ ଇସ୍ରାଏଲ ଯୁଦ୍ଧ ବିରୋଧୀ ଶାନ୍ତି ଚୁକ୍ତିକୁ ଭଙ୍ଗ କରି ଗାଜା ଉପରେ ଯେଉଁ ନରମେଧ୍ୟ ଯଜ୍ଞ ଚଳାଉଛି ଅବିଳମ୍ବେ ବନ୍ଦ କରି ବାକୁ ଦାବି କରିଥଲେ। ଆଗମୀ ଦିନରେ ଯୁଦ୍ଧ ବିରୋଧୀ ଶାନ୍ତି ଆନ୍ଦୋଳନ କୁ ଶକ୍ତିଶାଳୀ କରିବା ପାଇଁ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking