19.1 C
Bhubaneswar
Saturday, February 7, 2026
Homeଓଡିଶା୭୩ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତା ଆରମ୍ଭ

୭୩ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତା ଆରମ୍ଭ

ଭୁବନେଶ୍ୱର : ଆଜି ଠାରୁ କଳିଙ୍ଗ ଷ୍ଟାଡିୟମ ଠାରେ ୭୩ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୩ ଟି ମ୍ଯାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ଯାଚ ବି.ଏସ.ଏଫ ଓ ତେଲେଙ୍ଗନା ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ଯାଚରେ ବି.ଏସ.ଏଫ, ତେଲେଙ୍ଗନା ପୋଲିସ ଦଳକୁ ୯-୨ ଗୋଲ ବ୍ଯବଧାନରେ ପରାସ୍ତ କରିଥିଲା। ସେହିପରି ଆଇଟିବିପି ଓ ଉତ୍ତରାଖଣ୍ଡ ପୋଲିସ ମଧ୍ୟରେ ଦ୍ଵିତୀୟ ମ୍ଯାଚ ଖେଳାଯାଇଥିଲା। ଏହି ମ୍ଯାଚରେ ଆଇଟିବିପି, ଉତ୍ତରାଖଣ୍ଡ ପୋଲିସ ଦଳକୁ ୯ -୧ ଗୋଲ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛି। ତୃତୀୟ ମ୍ଯାଚ ଝାଡ଼ଖଣ୍ଡ ପୋଲିସ ଓ ଛତିଶଗଡ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ଯାଚରେ ଝାଡ଼ଖଣ୍ଡ ପୋଲିସ ଛତିଶଗଡ ପୋଲିସ ଦଳକୁ ୪-୧ ଗୋଲ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛି।

ରାଜ୍ୟ କାରାଗାର ଓ ସଂସ୍କାର ସେବା ବିଭାଗର ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ରାୟ, ଅଗ୍ନିଶମ ସେବା ଓ ଗୃହରକ୍ଷୀ ବେସାମରିକ ପ୍ରତିରକ୍ଷା ବିଭାଗର ଆରକ୍ଷୀ ମହାନିର୍ଦ୍ଦେଶକ ଡା. ସୁଧାଂଶୁ ଷଡଙ୍ଗୀ ଓ ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ମୁଖ୍ୟାଳୟ) ତଥା ଆୟୋଜନ କମିଟିର ଉପାଧ୍ୟାକ୍ଷ ଶ୍ରୀ ଦୟାଲ ଗଙ୍ଗୱାର,ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ସଶସ୍ତ୍ର) ତଥା ଆୟୋଜନ କମିଟିର ଉପାଧ୍ୟାକ୍ଷ ଶ୍ରୀ ରାଜେଶ କୁମାର, ଆଇଜି( ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ ଶ୍ରୀ ଅନୁପ କୁମାର ସାହୁ ପ୍ରମୁଖ ବିଭିନ୍ନ ମ୍ଯାଚ ଗୁଡିକରେ ଅତିଥି ଭାବେ ଅଂଶ ଗ୍ରହଣ କରି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking