27.1 C
Bhubaneswar
Friday, December 19, 2025
Homeଓଡିଶାପ୍ରଥମ ପର୍ଯ୍ୟାୟରେ ଏସଏଚଜିରେ ସାମିଲ ହୋଇଥିଲେ ୪ ଲକ୍ଷ ୧୨ ହଜାରରୁ ଅଧିକ ଯୋଗ୍ୟ ପରିବାର

ପ୍ରଥମ ପର୍ଯ୍ୟାୟରେ ଏସଏଚଜିରେ ସାମିଲ ହୋଇଥିଲେ ୪ ଲକ୍ଷ ୧୨ ହଜାରରୁ ଅଧିକ ଯୋଗ୍ୟ ପରିବାର

ଭୁବନେଶ୍ୱର: ରାଜ୍ୟର ବାଦ ପଡ଼ିଥିବା ପରିବାରମାନଙ୍କୁ ବିକାଶର ସ୍ରୋତରେ ସାମିଲ କରିବା ପାଇଁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ୨୦୨୫ ମାର୍ଚ୍ଚ ୮ ତାରିଖରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ସାମାଜିକ ଅନ୍ତର୍ଭୁକ୍ତିକରଣର ସ୍ଵତନ୍ତ୍ର  ଅଭିଯାନ ଆରମ୍ଭ କରାଯାଇଥିଲା । ବାଦ ପଡିଥିବା ଗରିବ ଏବଂ ପଛୁଆ ଯୋଗ୍ୟ ପରିବାରଙ୍କୁ ସ୍ଵୟଂ ସହାୟକ ଗୋଷ୍ଠୀ (ଏସଏଚଜି ) ଅଧିନକୁ ଆଣିବା ଏହି ଅଭିଯାନର ଲକ୍ଷ୍ୟ ଥିଲା  । ଏହି ଅଭିଯାନ ମାଧ୍ୟମରେ ଗ୍ରାମୀଣ ପରିବାରଗୁଡିକୁ ଠାବ କରି ଯେଉଁ  ଯୋଗ୍ୟ ମହିଳା ସଦସ୍ୟାମାନେ ବର୍ତ୍ତମାନ ସୁଦ୍ଧା କୌଣସି ଏସଏଚଜିର ଅଂଶ ନଥିଲେ ସେମାନଙ୍କୁ ଚିହ୍ନଟ କରି ସ୍ଵୟଂ ସହାୟକ ଗୋଷ୍ଠୀର ଅନ୍ତର୍ଭୁକ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି  | ଏହାସହ ନିଷ୍କ୍ରିୟ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ପୁନଃ ସକ୍ରିୟ କରି ତୃଣମୂଳସ୍ତରୀୟ ଅନୁଷ୍ଠାନଗୁଡିକ ସହିତ ସମ୍ପୂର୍ଣ ସଂଯୋଗ ସୁନିଶ୍ଚିତ କରିବା ମଧ୍ୟ ଏହି ଅଭିଯାନର ଅନ୍ୟତମ ଲକ୍ଷ୍ୟ। କିନ୍ତୁ ବିଭିନ୍ନ କାରଣ ବଶତଃ ପ୍ରାୟ ସାଢେ ଛଅ ଲକ୍ଷ ପରିବାର ଆଜି ପର୍ଯ୍ୟନ୍ତ ମଧ୍ୟ ଏହି ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇପାରି ନ ଥିଲେ ଯେଉଁଥିପାଇଁ ସେମାନଙ୍କର  ଆର୍ଥିକ ଓ ସାମାଜିକ ବିକାଶକୁ ନିଶ୍ଚିତ କରାଯାଇପାରୁ ନ ଥିଲା ।

ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟ ଅଭିଯାନରେ ୪ ଲକ୍ଷ ୧୨ ହଜାର ୫୪୮ଟି ଯୋଗ୍ୟ ପରିବାରଙ୍କୁ ଏସଏଚଜିରେ ସାମିଲ କରାଯାଇଛି  | ଏଥିରେ ଦିବ୍ୟାଙ୍ଗ ଏବଂ ବୟସ୍କ (୫୫ ବର୍ଷ ଓ ତଦୁର୍ଦ୍ଧ ବୟସ୍କ ବ୍ୟକ୍ତିଙ୍କୁ )ବ୍ୟକ୍ତିଙ୍କୁ ବିଶେଷ ଗୁରୁତ୍ଵ ଦିଆଯାଇଛି | ଏଥିରେ ୧୦୮ଟି ଦିବ୍ୟାଙ୍ଗ ଏସଏଚଜି ଗଠିତ ହୋଇଛି, ଯେଉଁଥିରେ ୧୬୬୭ ଜଣ ଦିବ୍ୟାଙ୍ଗଙ୍କୁ  ସାମିଲ କରାଯାଇଥିବା ବେଳେ ୩୯୩ଟି ବୟସ୍କ ଏସଏଚଜି ଗଠିତ ହୋଇଛି ଯେଉଁଥିରେ ୪୯୯୫ ଜଣ ବୟସ୍କ ବ୍ୟକ୍ତିଙ୍କୁ ସାମିଲ କରାଯାଇଛି |
ବାକି ରହିଯାଇଥିବା ସମସ୍ତ ଯୋଗ୍ୟ ପରିବାରଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ  କରିବା ପାଇଁ ଓଡିଶା ଜୀବିକା ମିଶନ ଅନ୍ତର୍ଭୁକ୍ତ ସାମାଜିକ ଅନ୍ତର୍ଭୁକ୍ତିକରଣ ଅଭିଯାନର ଦ୍ଵିତୀୟ ପର୍ଯ୍ୟାୟ ବର୍ତ୍ତମାନ ଆରମ୍ଭ ହେବାକୁ ଯାଉଛି। ଏହା ଅପ୍ରେଲ ୮ ରୁ ଆରମ୍ଭ ହୋଇ ଅପ୍ରେଲ ୨୨ ପର୍ଯ୍ୟନ୍ତ ଚାଲିବ| ଏହି ଦ୍ଵିତୀୟ ପର୍ଯ୍ୟାୟ ଅଭିଯାନରେ  ସରକାର ଏହି ଧାରାରେ ବଞ୍ଚିତ ରହିଥିବା ସମସ୍ତ ଯୋଗ୍ୟ ମହିଳାମାନଙ୍କୁ ଶତ ପ୍ରତିଶତ ସାମିଲ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି, ଯାହା ମହିଳା ଉଦ୍ୟୋଗୀମାନଙ୍କୁ ସମ୍ପୂର୍ଣ ପ୍ରତିଷ୍ଠାନିକ ସହାୟତା ନିଶ୍ଚିତ କରିବ ଓ ସେମାନଙ୍କର ଆର୍ଥିକ ଓ ସାମାଜିକ ବିକାଶକୁ ତ୍ଵରାନ୍ଵିତ କରିବ |

ଗ୍ରାମୀଣ ପରିବାର ମାନଙ୍କର ଜୀବିକା ବିକାଶ ସହିତ ଦାରିଦ୍ର୍ୟ ଦୂରୀକରଣ ନିମନ୍ତେ ଭାରତ ସରକାର  ୨୦୧୨-୧୩ ଆର୍ଥିକ ବର୍ଷରୁ ଦିନଦୟାଲ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ଗ୍ରାମୀଣ ଜୀବିକା ମିଶନ କାର୍ଯ୍ୟକାରୀ କରୁଛନ୍ତି । ଆମ ରାଜ୍ୟରେ ଏହି ଯୋଜନାଟି   ଓଡିଶା ଜୀବିକା ମିଶନ ମାଧ୍ୟମରେ କାର୍ଯ୍ୟକାରୀ ହେଉଅଛି । ଗ୍ରାମୀଣ ପରିବାର ଗୁଡିକୁ ଗୋଷ୍ଠୀ ଭିତ୍ତିକ ଅନୁଷ୍ଠାନ ଯଥା,  ସ୍ୱୟଂ ସହାୟକ ଗୋଷ୍ଠୀ, ଆଞ୍ଚଳିକ ମଞ୍ଚ ଏବଂ ଗ୍ରାମ ପଂଚାୟତ ସ୍ତରୀୟ ସଂଘରେ ସାମିଲ କରି ସେମାନଙ୍କର ସାମାଜିକ ତଥା ଅର୍ଥନୈତିକ ବିକାଶ ଦିଗରେ ଏହି ଯୋଜନା ସବୁ ପ୍ରକାର ସହାୟତା ଯୋଗେଇ ଦେଉଛି । ଏହିସବୁ ଅନୁଷ୍ଠାନ ଗୁଡିକୁ ବିଭିନ୍ନ ପ୍ରକାର ସହାୟତା ଯଥା, ସେମାନଙ୍କର ଦକ୍ଷତା ବୃଦ୍ଧି, ଆର୍ଥିକ ଅନୁଦାନ, ସହଜ ଋଣ ପ୍ରଦାନ, ଜୀବିକା ବିକାଶ ପାଇଁ ପ୍ରୋତ୍ସାହନ, ଉତ୍ପାଦର ମାନବୃଦ୍ଧି ଏବଂ ବଜାର ସଂଯୋଗୀକରଣ ଇତ୍ୟାଦି ସୁବିଧା ପ୍ରଦାନ କରାଯାଉଅଛି ।

 

 

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking