25.1 C
Bhubaneswar
Saturday, February 7, 2026
Homeଓଡିଶାଶାନ୍ତି ପ୍ରସ୍ତାବ ଦେଲେ ଲାଲବାହିନୀ

ଶାନ୍ତି ପ୍ରସ୍ତାବ ଦେଲେ ଲାଲବାହିନୀ

ମାଲକାନଗିରି: ଆସନ୍ତା ୫ ତାରିଖ ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଛତିଶଗଡ ଦନ୍ତେୱାଡା ଜିଲ୍ଲା ଆସିବାର କାର୍ୟ୍ୟକ୍ରମ ରହିଥିବା ବେଳେ ଏହା ପୂର୍ବରୁ ଭୟଭୀତ ହୋଇ ପଡିଛି ଲାଲ୍ ବାହିନୀ । ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଲେ ମାଓବାଦୀ ସଂଗଠନ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବସ୍ତର ଗସ୍ତ ପୂର୍ବରୁ ମାଓବାଦୀମାନେ ଶାନ୍ତି ଆଲୋଚନାକୁ ସମର୍ଥନ କରିବା ପାଇଁ ଅପିଲ୍ କରିଛନ୍ତି। ଏ ନେଇ ସିପିଆଇ(ମାଓବାଦୀ) କେନ୍ଦ୍ରୀୟ କମିଟି ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି ହୋଇଛି।ପୂର୍ବରୁ ମଧ୍ୟ ଆଲୋଚନା ପାଇଁ ଇଚ୍ଛା ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି। ଏପରିକି ସଶସ୍ତ୍ର ବାହିନୀର ନୂଆ ଶିବିର ସ୍ଥାପନ ବନ୍ଦ ପାଇଁ ଲାଲ ବାହିନୀ ସର୍ତ୍ତ ରଖିଛନ୍ତି। ସାମରିକ କାର୍ୟ୍ୟାନୁଷ୍ଠାନ ବନ୍ଦ ପାଇଁ ମଧ୍ୟ ଦାବି ଜଣାଇଛନ୍ତି। ସରକାର ମାନିଲେ ମାଓବାଦୀ ଯୁଦ୍ଧବିରତି ଘୋଷଣା କରିବେ ବୋଲି ପ୍ରେସ୍ ବିଜ୍ଞପ୍ତିରେ ଦର୍ଶାଇଛନ୍ତି ମାଓବାଦୀ।

ସୂଚନାଯୋଗ୍ୟ, ଛତିଶଗଡକୁ ମାଓ ମୁକ୍ତ କରିବା ଲାଗି ୨୦୨୬ ମାର୍ଚ୍ଚ ୩୧ ତାରିଖ ଧାର୍ୟ୍ୟ ହୋଇଛି। ଏହି ଆଧାରେ ସୁକୁମା,ବିଜାପୁର ଓ ଦନ୍ତେୱାଡା ଜିଲ୍ଲାରେ ଆରମ୍ଭ ହୋଇଛି ଜୋରଦାର ମାଓ ବିରୋଧୀ ଅପରେସନ । ଆଉ ଏହାରି ଭିତରେ ଆସନ୍ତା ୫ ତାରିଖ ଦିନ ମାଓ ମୁକାବିଲା ନେଇ ସମୀକ୍ଷା କରିବେ କେନ୍ଦ୍ର ଗୃହ ମନ୍ତ୍ରୀ । ମାଓ ବିରୋଧୀ ଅପରେସନ ଶେଷ ପର୍ୟ୍ୟାୟରେ ଚାଲିଥିବା ବେଳେ ଭୟଭୀତ ମାଓ ସଂଗଠନ କେବେ କେନ୍ଦ୍ରୀୟ କମିଟି ଉପରେ ଦୋଷ ଲଦି ଦେଇ ଏକ ପ୍ରେସ ରିଲିଜ ଜାରି କରିଛି । ଏଥିରେ ଉଲ୍ଲେଖ ରହିଛି ଯେ ଆମେ ଆଉ ମରିବାକୁ ଚାହୁଁ ନାହୁଁ । ସରକାର ସହ କଥାବାର୍ତ୍ତା କରିବାକୁ ଚାହୁଁ। ତେବେ ପୂର୍ବରୁ ବାରମ୍ବାର ମାଓବାଦୀଙ୍କୁ ଏହି ବାର୍ତ୍ତା ଦିଆ ଯାଇଥିବା ବେଳେ ସେମାନେ ଏହାକୁ ଗ୍ରହଣ କରିନଥିଲା । ହେଲେ ଏବେ ନକ୍ସଲ ପନ୍ଥିଙ୍କ ଏହି ବାର୍ତ୍ତା ସରକାର ଗ୍ରହଣ କରିବେ କି ନାହିଁ ତାହା ଆସନ୍ତା ୫ ତାରିଖ ପରେ ହିଁ ଜଣା ପଡିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking