34.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶଦୁଷ୍କର୍ମ ମାମଲା: ପାଦ୍ରୀ ବଜିନ୍ଦର ସିଂହଙ୍କୁ ଆଜୀବନ

ଦୁଷ୍କର୍ମ ମାମଲା: ପାଦ୍ରୀ ବଜିନ୍ଦର ସିଂହଙ୍କୁ ଆଜୀବନ

ମୋହାଲି: ମଙ୍ଗଳବାର ପଞ୍ଜାବର ମୋହାଲି କୋର୍ଟ ପ୍ରାୟ ୭ ବର୍ଷ ତଳର ଏକ ଦୁଷ୍କର୍ମ ମାମଲାରେ ପାଦ୍ରୀ ବଜିନ୍ଦର ସିଂହଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୁଷ୍କର୍ମ ମାମଲାରେ ବଜିନ୍ଦର ସିଂହଙ୍କୁ ଗତ ଶୁକ୍ରବାର କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ମଙ୍ଗଳବାର ଦଣ୍ଡାଦେଶ ପାଇଁ ତାରିଖ ଘୋଷଣା କରିଥିଲେ। ତେବେ ମଙ୍ଗଳବାର କୋର୍ଟ ଏହି ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି। ଦୋଷୀ ସାବ୍ୟସ୍ତ ହେବା ପରେ ବଜିନ୍ଦର ସିଂହଙ୍କୁ ପୋଲିସ ହେପାଜତ୍‌କୁ ନେଇଥିଲା। ଏବେ ଯେତେବେଳେ ତାଙ୍କ ଦଣ୍ଡାଦେଶ ଆସିସାରିଛି ତାଙ୍କୁ ଜେଲ୍ ପଠାଇଦିଆଯାଇଥିବା ଜଣାପଡ଼ିଛି।

୨୦୧୮ରେ ପଞ୍ଜାବର ମୋହାଲିର ଜିରକପୁର ଅଞ୍ଚଳର ଜଣେ ମହିଳା ପାଦ୍ରୀ ବଜିନ୍ଦରଙ୍କ ବିରୋଧରେ ଦୁଷ୍କର୍ମ ଏବଂ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ। ପରେ ଏହି ମାମଲାରେ ତଦନ୍ତ ଆରମ୍ଭ ହୋଇଥିଲା ଏବଂ କୋର୍ଟ ପାଦ୍ରୀ ବଜିନ୍ଦରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅନ୍ୟପକ୍ଷେ ପାଦ୍ରୀ ବଜିନ୍ଦର ସିଂହ ଇଂଲଣ୍ଡର ବର୍ମିଂହାମ୍‌ରେ ଆୟୋଜିତ ଏକ ସେମିନାରରେ ଯୋଗଦେବା ପାଇଁ ଗସ୍ତ କରୁଥିବା ବେଳେ ଦିଲ୍ଲୀ ବିମାନବନ୍ଦରରୁ ପୋଲିସ ତାଙ୍କୁ ଗିରଫ କରିଥିଲା। ରିପୋର୍ଟ ଅନୁସାରେ ପାଦ୍ରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଥିଲା, ଯେଉଁଥିରେ ସେ ଜଣେ ମହିଳାଙ୍କୁ ମାରୁଥିବାର ଦେଖାଯାଇଥିଲା। ଏହି ଭିଡିଓଟି ୧୪ ଫେବୃଆରୀର ବୋଲି କୁହାଯାଉଥିଲା ଏବଂ ଏହା ୧୬ ମାର୍ଚ୍ଚରେ ଭାଇରାଲ ହୋଇଥିଲା। ଭିଡିଓରେ, ପାଦ୍ରୀ ବଜିନ୍ଦର ଅଭିଯୋଗକାରିଣୀ ମହିଳାଙ୍କୁ ଚାପୁଡ଼ା ମାରୁଥିବାର ଦେଖାଯାଇଥିଲା। ଏହି ଭିଡିଓରେ, ପାଦ୍ରୀ ଜଣେ ପିଲା ସହିତ ବସିଥିବା ମହିଳାଙ୍କ ମୁହଁକୁ କଫି ଫିଙ୍ଗିଥିଲେ। ଏହି ମହିଳା ଜଣକ ପାଦ୍ରୀଙ୍କ ପାଇଁ କାମ କରୁଥିଲେ। ଏହି ସମୟରେ ପାଦ୍ରୀ ତାଙ୍କ ସହ ଦୁଷ୍କର୍ମ କରିଥିବା ଏବଂ ଯୌନ ନିର୍ଯ୍ୟାତନା ଦେଉଥିବା ମହିଳାଜଣକ ଅଭିଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking