30.1 C
Bhubaneswar
Thursday, March 19, 2026
Homeଓଡିଶାସାତ କୋଶିଆରେ କୁମ୍ଭୀରର ମୃତ

ସାତ କୋଶିଆରେ କୁମ୍ଭୀରର ମୃତ

କଟକ: କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ସାତକୋଶିଆ ବନଖଣ୍ଡ ଅନୁଗୋଳ ଜିଲ୍ଲା ବନ୍ୟପ୍ରାଣୀ ବନ ବିଭାଗ ଅଧୀନରେ ଥିବା କମଳାଡିହ ବାଲିପୁଟ ସାତକୋଶିଆ ଗଣ୍ଡରେ ଏକ ବିରାଟ କୁମ୍ଭୀରର ମୃତ ଦେହ ପଡ଼ି ରହିଛି। କିନ୍ତୁ ବନ ବିଭାଗ ପାଖରେ ଖବର ନାହିଁ। କୁମ୍ଭୀରଟିର ମୃତ୍ୟୁ କିପରି ହେଲା ତାହା ବର୍ତ୍ତମାନ ଜଣାପଡ଼ିନାହିଁ ।

ସୂଚନା ମୁତାବକ, ସାତକୋଶିଆ ବାଲିପୁଟ ଠାରୁ ରାଣୀଭୂଇଁ ମଧ୍ୟରେ ବାଲିରେ ଏକ ବିରାଟ କୁମ୍ଭୀର ମରି ପଡ଼ିଥିବା କିଛି ଲୋକ ଦେଖିଥିଲେ। କୁମ୍ଭୀରଟିର ବୟସ କେତେ ହେବ, ଏବଂ ତାର ମୃତ୍ୟୁ କିପରି ହେଲା, ସେନେଇ କୌଣସି ସୂଚନା ମିଳିପାରି ନାହିଁ। ଗତକାଲି ଠାରୁ କୁମ୍ଭୀର ମୃତ ଦେହ ପଡ଼ିଥିଲେ ମଧ୍ୟ, ବନ ବିଭାଗ ପାଖରେ କୌଣସି ଖବର ନାହିଁ। ସେହି ନିକଟରେ ବନ ବିଭାଗ ବିଟ୍ ଥିଲେ ମଧ୍ୟ କିପରି ବନ ବିଭାଗ କର୍ମଚାରୀ ଏତେ ସମୟ ପର୍ୟ୍ୟନ୍ତ ଜାଣିପାରିଲେ ନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଜିଲିଣ୍ଡା ବନ୍ୟପ୍ରାଣୀ ରେଞ୍ଜର ଲିଙ୍ଗରାଜ ଭୋଇଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking