28.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶଷ୍ଟୁଆର୍ଟ ଲ’ ନେପାଳର ମୁଖ୍ୟ କୋଚ୍

ଷ୍ଟୁଆର୍ଟ ଲ’ ନେପାଳର ମୁଖ୍ୟ କୋଚ୍

ନୂଆଦିଲ୍ଲୀ: ପୂର୍ବତନ ଅଷ୍ଟ୍ରେଲୀୟ ବ୍ୟାଟର୍ ଷ୍ଟୁଆର୍ଟ ଲ’ ନେପାଳ ପୁରୁଷ କ୍ରିକେଟ୍ ଟିମ୍‌ର ନୂଆ ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି। ତାଙ୍କ କାର୍ଯ୍ୟକାଳ ଦୁଇବର୍ଷ ହେବ। ୫୬ ବର୍ଷୀୟ ଲ’ ମଣ୍ଟି ଦେସାଇଙ୍କ ସ୍ଥାନ ନେବେ। ନେପାଳକୁ ଦ୍ୱିତୀୟ ଟି-୨୦ ବିଶ୍ୱକପ୍‌ରେ ପହଞ୍ଚାଇବା ପରେ ମଣ୍ଟି ଦେସାଇଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ପ୍ରାରମ୍ଭରେ ଶେଷ ହୋଇଛି। ଶ୍ରୀଲଙ୍କା, ବାଂଲାଦେଶ, ୱେଷ୍ଟଇଣ୍ଡିଜ୍ ଓ ଆଫଗାନିସ୍ତାନ ପରେ ଏହା ଷ୍ଟୁଆର୍ଟ ଲ’ଙ୍କ ସଦ୍ୟତମ ଅନ୍ତର୍ଜାତୟ କୋଚିଂ କାର୍ଯ୍ୟକାଳ ହେବ। ଶେଷଥର ପାଇଁ ସେ ୟୁଏସ୍‌ଏର କୋଚ୍ ଥିଲେ। ତିନିବର୍ଷ ପାଇଁ ଚୁକ୍ତି କରିଥିଲେ ମଧ୍ୟ ମାତ୍ର ୭ ମାସରେ ଏହା ଭଙ୍ଗ ହୋଇଥିଲା। ଜୁନ୍‌ରେ ହେବାକୁ ଥିବା ଆଇସିସି ବିଶ୍ୱକପ୍ ଲିଗ୍‌-୨ ତ୍ରିକୋଣୀୟ ସିରିଜ୍ ନେପାଳ ସହ ଲ’ଙ୍କ ପ୍ରଥମ କାର୍ଯ୍ୟଭାର ହେବ। ନେପାଳ ବ୍ୟତୀତ ନେଦରଲାଣ୍ଡ୍ ଓ ସ୍କଟ୍‌ଲାଣ୍ଡକୁ ନେଇ ଏହି ସିରିଜ୍ ଆୟୋଜିତ ହେବ। ୧୨ ମ୍ୟାଚ୍‌ରେ ଦୁଇଟି ବିଜୟ ସହ ନେପାଳ ଟେବଲ୍‌ର ତଳପଟୁ ଦ୍ୱିତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ପକ୍ଷରୁ ଗୋଟିଏ ଟେଷ୍ଟ୍ ଏବଂ ୫୪ ଦିନିକିଆ ଅନ୍ତର୍ଜାତୀୟ ଖେଳିଥିବା ଲ’ ଆସନ୍ତା ସପ୍ତାହରେ ନେପାଳ ପହଞ୍ଚି କାର୍ଯ୍ୟଭାର ଗ୍ରହଣ କରିପାରନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking