18.1 C
Bhubaneswar
Thursday, February 12, 2026
Homeଓଡିଶାରାଜଧାନୀରେ ଟ୍ରାଫିକ୍ କଟକଣା

ରାଜଧାନୀରେ ଟ୍ରାଫିକ୍ କଟକଣା

ଭୁବନେଶ୍ୱର: କମିଶନରେଟ୍ ପୋଲିସ ଆଜି ଶୁକ୍ରବାର ଭୁବନେଶ୍ୱରବାସୀଙ୍କୁ ଭିଆଇପି ଗତିବିଧି ଯୋଗୁଁ ଆଚାର୍ଯ୍ୟ ବିହାର ଛକରୁ କେଶରୀ ଟକିଜ୍ ଏବଂ ରାମ ମନ୍ଦିର ଛକରୁ ହାଉସିଂ ବୋର୍ଡ ଛକ ପର୍ଯ୍ୟନ୍ତ ସନ୍ଧ୍ୟା ୫ଟାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା ଜାରି କରିଛି। ସୂଚନା ଅନୁଯାୟୀ, ଭି.ଆଇ.ପି/ଭି.ଭି.ଆଇ.ପି ଏବଂ ସୁରକ୍ଷାପ୍ରାପ୍ତ ବ୍ୟକ୍ତିବିଶେଷମାନଙ୍କ ଯାତାୟାତ ଓ ଜନସାଧାରଙ୍କ ସୁଗମନାଗମନ ନିମନ୍ତେ ଅସ୍ଥାୟୀ ଟ୍ରାଫିକ୍ ଡାଇଭର୍ସନ କରାଯାଉଛି । ଟ୍ରାଫିକ୍ ସମସ୍ୟାକୁ ଏଡ଼ାଇବା ନିମନ୍ତେ ଉପରଲିଖିତ ରାସ୍ତାରେ ନଯିବା ପାଇଁ ଏବଂ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଯଥାସମ୍ଭବ ଯୋଜନା କରିବା ପାଇଁ ଯାତ୍ରୀ ମାନଙ୍କୁ ଅନୁରୋଧ କରାଯାଉଛି। ଦୟାକରି ଟ୍ରାଫିକ୍ ସୂଚନା ସମ୍ପର୍କରେ ଅବଗତ ରୁହନ୍ତୁ ଏବଂ ନିରାପଦ ଓ ବାଧାମୁକ୍ତ ଯାତ୍ରା ନିମନ୍ତେ ଟ୍ରାଫିକ୍ କର୍ମଚାରୀଙ୍କୁ ସହଯୋଗ କରିବା ପାଇଁ କମିସନରେଟ୍ ପୋଲିସ, ଭୁବନେଶ୍ୱର-କଟକ ଜନସାଧାରଣଙ୍କୁ ଅନୁରୋଧ ମଧ୍‌ଯ କରିଛନ୍ତି ପୋଲିସ କମିଶନର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking