20.1 C
Bhubaneswar
Sunday, December 21, 2025
Homeଓଡିଶାକଂଗ୍ରେସ ବିଧାୟକମାନଙ୍କୁ ବିଧାନସଭାରୁ ନିଲମ୍ବନ କରିବା ସହ ସେମାନଙ୍କ ଉପରେ ଆକ୍ରମଣ କରିବା ଘଟଣା ସଂସଦୀୟ...

କଂଗ୍ରେସ ବିଧାୟକମାନଙ୍କୁ ବିଧାନସଭାରୁ ନିଲମ୍ବନ କରିବା ସହ ସେମାନଙ୍କ ଉପରେ ଆକ୍ରମଣ କରିବା ଘଟଣା ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ କାଳିମାମୟ ଅଧ୍ୟାୟ : ଫରୱାର୍ଡ଼ ବ୍ଲକ୍‌

ଭୁବନେଶ୍ୱର: ସାରା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ହୋଇପଡ଼ିଛି । ଚୋରି, ତସ୍କରୀ, ରାହାଜାନି, ହତ୍ୟାକାଣ୍ଡ ଠାରୁ ଆରମ୍ଭ କରି ନାରୀ ଓ ଶିଶୁ ନିର୍ଯାତନା ଓ ହତ୍ୟା ପ୍ରତିଦିନ ଗଣମାଧ୍ୟମର ଶିରୋନାମ ପାଲଟୁଛି । ଏଭଳି ଅବସ୍ଥାରେ ବିଧାନସଭାରେ ବିରୋଧି କଂଗ୍ରେସ ଦଳର ବିଧାୟକମାନେ ଏକ ଗୃହ କମିଟି ଗଠନ କରି ଏହା ଉପରେ ଆଲୋଚନା ଓ ତଦନ୍ତ ପାଇଁ ଦାବି କରିଆସୁଛନ୍ତି । ସରକାରୀ ଦଳ ବିରୋଧୀ ଦଳର ଏହି ଦାବିକୁ ଗ୍ରହଣ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ କଂଗ୍ରେସ ବିଧାୟକମାନଙ୍କୁ ନିଳମ୍ବନ କରିବା, ସେମାନଙ୍କୁ ଶାସକ ଦଳର ବିଧାୟକମାନେ ଆକ୍ରମଣ କରିବା ଭଳି ଘଟଣା ବିଧାନସଭାର ପବିତ୍ର ଗୃହରେ ଭିଆଉଛନ୍ତି । ଯାହା ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ କାଳିମାମୟ ଅଧ୍ୟାୟ ବୋଲି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ଗଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍ ପକ୍ଷରୁ ପ୍ରକାଶ କରାଯାଇଛି । ଶାସକ ବିଜେପି ଦଳ ନିଜର ଏକଛତ୍ରବାଦୀ-ଫାଶୀବାଦୀ ମାନସିକତା କାରଣରୁ ଏଭଳି ଅସାମ୍ବିଧାନିକ ଓ ଅଗଣତାନ୍ତ୍ରୀକ କାର୍ଯ୍ୟ କରୁଛି ବୋଲି ଫରୱାର୍ଡ଼ ବ୍ଲକ୍ ପକ୍ଷରୁ ଅଭିଯୋଗ କରାଯିବା ସହ ଅବିଳମ୍ବେ କଂଗ୍ରେସର ସମସ୍ତ ବିଧାୟକମାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେବା ପାଇଁ ଦାବି କରିଛି । ବାଚସ୍ପତି ମହୋଦୟା ତୁରନ୍ତ ବିଧାନସଭାରେ ସର୍ବଦଳୀୟ ବୈଠକ ଡାକି ଗୃହ କାର୍ଯ୍ୟକୁ ସ୍ୱାଭାବିକ କରିବା ପାଇଁ ପଦକ୍ଷେପ ନେବାକୁ ଫରୱାର୍ଡ଼ ବ୍ଲକ୍ ପକ୍ଷରୁ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଂଜନ ମହାପାତ୍ର ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଦାବି କରିଛନ୍ତି ।

ରାତି ଅଧରେ ପୋଲିସ ବଳ ପ୍ରୟୋଗ କରି ବିଧାୟକମାନଙ୍କୁ ବିଧାନସଭାରୁ ବାହାର କରି ଆଣି ରାସ୍ତା ଉପରେ ଛାଡ଼ିବା ଭଳି ଘଟଣାକୁ ମଧ୍ୟ ଫରୱାର୍ଡ଼ ବ୍ଲକ୍ ପକ୍ଷରୁ ନିନ୍ଦା କରାଯିବା ସହିତ ଆଜି ସକାଳେ ଫରୱାର୍ଡ଼ ବ୍ଲକ୍‌ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଂଜନ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ କଂଗ୍ରେସ ବିଧାୟକମାନେ ଶୋଇଥିବା ମାଷ୍ଟରକ୍ୟାଣ୍ଟିନ ଛକ ନିକଟସ୍ଥ ମହାତ୍ମା ଗାନ୍ଧି ମାର୍ଗକୁ ଯାଇ ସେଠାରେ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ସାଗର ଦାସ, ମଙ୍ଗୁ ଖିଲ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସ, ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ପୂର୍ବତନ ସାଂସଦ ରାମ ଚନ୍ଦ୍ର ଖୁଣ୍ଟିଆ, ଦେବାଶିଷ ପଟ୍ଟନାୟକ, ୟାସିର୍ ନୱାଜ ପ୍ରମୁଖଙ୍କୁ ଭେଟି ଘଟଣାର ତୀବ୍ର ନିନ୍ଦା କରିବା ସହିତ ଗଣତାନ୍ତ୍ରିକ ବ୍ୟବସ୍ଥାର ସୁରକ୍ଷା ପାଇଁ କଂଗ୍ରେସ ଚଳାଇଥିବା ସଂଗ୍ରାମ ପ୍ରତି ନୈତିକ ସମର୍ଥନ ଜ୍ଞାପନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking