27.1 C
Bhubaneswar
Sunday, February 22, 2026
Homeଓଡିଶାଆସନ୍ତା ୩୦ରେ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ୫୦ ହଜାର ଘର

ଆସନ୍ତା ୩୦ରେ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ୫୦ ହଜାର ଘର

ଭୁବନେଶ୍ୱର: କଳାହାଣ୍ଡିରେ ଚଳିତମାସ ୩୦ରେ ଅନ୍ତ୍ୟୋଦୟ ଯୋଜନାରେ ୫୦ ହଜାର ଘର ମୁଖ୍ୟମନ୍ତ୍ରୀ ବାଣ୍ଟିବେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୪ ଲକ୍ଷ ୨୨ହଜାର ୭୭୧ଜଣ ପିଏମ୍ ଆବାସ ଯୋଜନାରେ ପଞ୍ଜୀକରଣ ହୋଇ ସାରିଲେଣି। କେତେକ ସ୍ଥାନରେ ପାତରଅନ୍ତର ହେଉଥିବା ଅଭିଯୋଗ ଆସିଥିଲା, ତାକୁ ବିଭାଗ ଗୁରୁତ୍ୱ ଦେଇଛି। ଚଳିତ ମାର୍ଚ୍ଚ ୩୧ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ପାଇବାକୁ କେତେ ପଞ୍ଜୀକରଣ କରିଛନ୍ତି ତା’ର ତାଲିକା ବିଭାଗର ହସ୍ତଗତ ହେବ। ପଞ୍ଚାୟତ ଏବଂ ବ୍ଲକସ୍ତରର ଅଧିକାରୀ ଯଦି ଯୋଗ୍ୟ ହିତାଧିକାରୀଙ୍କୁ ଛାଡ଼ିଥିବେ, ଯେଉଁଠୁ ଅଭିଯୋଗ ଆସିବ ସେହି କ୍ଷେତ୍ରରେ ବିଭାଗ ସେମାନଙ୍କ ପାଖରେ ପହଞ୍ଚିବ। ଯଦି ପାତର ଅନ୍ତର ହୋଇଥିବ, ଉଦ୍ଦେଶ୍ୟମୂଳକ ଭାବେ ତାଲିକାରେ ହିତାଧିକାରୀକୁ ନେଇ ନ ଥିବେ, ତା’ହେଲେ କାର‌୍ୟ୍ୟାନୁଷ୍ଠାନ ହେବ। ବାଦ୍ ପଡ଼ିଥିବା ହିତାଧିକାରୀ ଜିଲାପାଳ ଏବଂ ସିଡିଓଙ୍କ ପାଖରେ ଅଭିଯୋଗ କରିପାରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking