19.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଆମେରିକା, ଚୀନ୍‌କୁ ବି ପଛରେ ପକାଇଲା ଭାରତ; ୧୦ ବର୍ଷରେ ୨ଗୁଣ ହେଲା ଦେଶର ଅର୍ଥନୀତି

ଆମେରିକା, ଚୀନ୍‌କୁ ବି ପଛରେ ପକାଇଲା ଭାରତ; ୧୦ ବର୍ଷରେ ୨ଗୁଣ ହେଲା ଦେଶର ଅର୍ଥନୀତି

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୈତିକ ଅଭିବୃଦ୍ଧି ହାର ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଗତ ୧୦ ବର୍ଷ ମଧ୍ୟରେ ଭାରତର ଅର୍ଥନୀତି ୨ଗୁଣ ହୋଇଛି। ଏହି ପରିପ୍ରେକ୍ଷୀରେ ଆମେରିକା ଏବଂ ଚୀନ୍ ଭଳି ଦେଶକୁ ମଧ୍ୟ ଭାରତ ପଛରେ ପକାଇଦେଇଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ରିପୋର୍ଟ ଭାରତର ଏପ୍ରକାର ଆର୍ଥିକ ବିକାଶର ଏକ ଝଲକ୍‌ଜନିତ ରିପୋର୍ଟ ଜାରି କରିଛି। ଆଇଏମ୍‌ଏଫ୍ ତଥ୍ୟ ଅନୁଯାୟୀ, ଭାରତ ଗତ ୧୦ ବର୍ଷ ମଧ୍ୟରେ ୧୦୫% ଅଭିବୃଦ୍ଧି ସହିତ ଏହାର ଜିଡିପି (ମୋଟ ଘରୋଇ ଉତ୍ପାଦ) ଦ୍ୱିଗୁଣିତ କରିଛି, ଯାହା ୨୦୧୫ ରେ ୨.୧ ଟ୍ରିଲିୟନ ଡଲାରରୁ ୨୦୨୫ ରେ ୪.୩ ଟ୍ରିଲିୟନ ଡଲାର ହୋଇଛି। ଅନ୍ୟପକ୍ଷେ ଭାରତ ତୁଳନାରେ, ସମାନ ସମୟ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚୀନ୍‌ର ଜିଡିପି ଯଥାକ୍ରମେ ୬୬% ଏବଂ ୪୪% ବୃଦ୍ଧି ପାଇଛି। ଏହା ସହିତ, ଭାରତ ବର୍ତ୍ତମାନ ଆମେରିକା (୩୦.୩ ଟ୍ରିଲିୟନ ଡଲାର), ଚୀନ୍ (୧୯.୫ ଟ୍ରିଲିୟନ ଡଲାର), ଜର୍ମାନୀ (୪.୯ ଟ୍ରିଲିୟନ ଡଲାର) ଏବଂ ଜାପାନ (୪.୪ ଟ୍ରିଲିୟନ ଡଲାର) ପରେ ବିଶ୍ୱର ଜିଡିପି ଦୃଷ୍ଟିକୋଣରୁ ୫ମ ବୃହତ୍ ଦେଶ ସାଜିଛି। ଆଇଏମ୍‌ଏଫ୍ ତଥ୍ୟ ଅନୁଯାୟୀ, ଭାରତ ଖୁବ୍ ଶୀଘ୍ର ଜାପାନକୁ ପଛରେ ପକାଇବାକୁ ଯାଉଛି।

ତେବେ ୫୦%ରୁ ଅଧିକ ଜିଡିପି ଅଭିବୃଦ୍ଧି ସହିତ ଅନ୍ୟାନ୍ୟ ଶ୍ରେଷ୍ଠ ଅର୍ଥନୀତିଗୁଡ଼ିକ ହେଲେ ରୁଷ୍ (୫୭%), ଅଷ୍ଟ୍ରେଲିଆ (୫୮%) ଏବଂ ସ୍ପେନ୍ (୫୦%)। ବିଜେପି ନେତା ଅମିତ୍ ମାଲବ୍ୟ ତାଙ୍କ ଏକ୍ସ’ ପୋଷ୍ଟରେ ଭାରତର ଏହି ଅଭୂତପୂର୍ବ ଅଭିବୃଦ୍ଧି ହାର ସମ୍ପର୍କରେ ଆଇଏମ୍‌ଏଫ୍ ତଥ୍ୟକୁ ସେୟାର କରିଛନ୍ତି। ମାଲବ୍ୟ ଲେଖିଛନ୍ତି ଗତ ୧୦ ବର୍ଷ ମଧ୍ୟରେ “ଭାରତ ଏକ ଉଲ୍ଲେଖନୀୟ ଅର୍ଥନୈତିକ ମାଇଲଖୁଣ୍ଟ ହାସଲ କରିଛି, ୨୦୧୫ରେ ଏହାର ଜିଡିପି ଯେତେବେଳେ ୨.୧ ଟ୍ରିଲିୟନ ଡଲାର ରହିଥିଲା, ୨୦୨୫ ସୁଦ୍ଧା ଏହା ୪.୩ ଟ୍ରିଲିୟନ ଡଲାରରେ ପହଞ୍ôଚଛି। ଏହା ଅନ୍ୟ କୌଣସି ପ୍ରମୁଖ ବିଶ୍ୱ ଅର୍ଥନୀତି ଦ୍ୱାରା ଅତୁଳନୀୟ ୧୦୫ % ଅଭିବୃଦ୍ଧି। ଏହି ଅସାଧାରଣ ସଫଳତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଣ୍ଣାୟକ ନେତୃତ୍ୱ ଏବଂ ତାଙ୍କ ସରକାରଙ୍କ ସାହସୀ ଉଦ୍ୟମିତାଜନିତ ନିଷ୍ପତ୍ତିର ପ୍ରତିଫଳନ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking