27.1 C
Bhubaneswar
Tuesday, April 1, 2025
Homeଓଡିଶା୧୦ବର୍ଷରେ ରାଜ୍ୟୋର ୩୬୨୩ଟି ଦୁର୍ନୀତି ନିବାରଣ ମାମଲା ରୁଜୁ

୧୦ବର୍ଷରେ ରାଜ୍ୟୋର ୩୬୨୩ଟି ଦୁର୍ନୀତି ନିବାରଣ ମାମଲା ରୁଜୁ

ଭୁବନେଶ୍ୱର: ୨୦୧୪ ମସିହା ଶେଷ ସୁଦ୍ଧା ରାଜ୍ୟରେ ୩୦୩୭ଟି ଦୁର୍ନୀତି ନିବାରଣ ମାମଲା ବିଚାରାଧିନ ରହିଥିଲା । ଏହା ପରଠାରୁ ଚଳିତବର୍ଷ ଫେବୃୟାରୀ ଶେଷ ମଧ୍ୟରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ୩୬୨୩ଟି ମାମଲା ରୁଜୁ କରିଛି । ଦୁର୍ନୀତି ନିବାରଣ ମାମଲା ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୪ ମସିହାରୁ ଏଯାବତ୍‍ ୨୩୫୩ଟି ମାମଲାର ଫଏସଲା ହୋଇଛି । ଏଥି ମଧ୍ୟରୁ ୯୩୯ଟି ମାମଲାରେ ଦଣ୍ଡବିଧାନ ହୋଇଥିବାବେଳେ ୧୦୫୩ଟି ମାମଲାରେ ଅଭିଯୁକ୍ତମାନେ ଦୋଷମୁକ୍ତ ହୋଇଛନ୍ତି । ଏବେ ରାଜ୍ୟରେ ସର୍ବମୋଯ୍‍ ୩୬୮୪ଟି ଦୁର୍ନୀତି ନିବାରଣ ମାମଲା ବିଚାରାଧିନ ରହିଛି । ଉତ୍ତରରେ ଦର୍ଶାଯାଇଛି ୨୦୧୬ ମସିହାରେ ରାଜ୍ୟରେ ସର୍ବାଧିକ ୫୭୫ ଟି ଦୁର୍ନୀତି ନିବାରଣ ମାମଲା ରୁଜୁ ହୋଇଥିବାବେଳେ ୨୦୧୭ ମସିହାରେ ମାମଲା ସଂଖ୍ୟା ୫୦୪ ରହିଥିଲା । ୨୦୨୦ ରେ ରୁଜ ମାମଲା ସଂଖ୍ୟା ୨୪୫ ଥିବାବେଳେ ୨୦୨୪ରେ ଏହି ସଂଖ୍ୟା ଥିଲା ୨୧୧ । ସେହିଭଳି ୨୦୧୭ଟି ସର୍ବାଧିକ ୨୮୯ଟି ମାମଲାର ଫଏସଲା ହୋଇଥିବାବେଳେ ୨୦୨୩ରେ ଏହି ସଂଖ୍ୟା ୨୮୮ ଥିଲା । ଏହିବର୍ଷ ସର୍ବାଧିକ ୧୨୪ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ୧୨୬ଜଣ ଦୋଷମୁକ୍ତ ହୋଇଥିଲେ । ୨୦୨୪ରେ ୧୦୫ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ୧୩୩ଜଣ ଦୋଷମୁକ୍ତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking