17.1 C
Bhubaneswar
Monday, December 22, 2025
Homeଦେଶ ବିଦେଶପିଆଜ ରପ୍ତାନୀ ଉପରେ ୨୦% ଶୁଳ୍କ ପ୍ରତ୍ୟାହାର

ପିଆଜ ରପ୍ତାନୀ ଉପରେ ୨୦% ଶୁଳ୍କ ପ୍ରତ୍ୟାହାର

ନୂଆଦିଲ୍ଲୀ: ଭାରତ ସରକାର ପିଆଜ ରପ୍ତାନୀ ଉପରେ ୨୦% ଶୁଳ୍କ ପ୍ରତ୍ୟାହାର କରିଛନ୍ତି। ୧ ଏପ୍ରିଲ, ୨୦୨୫ ଠାରୁ ଏହି ନିୟମ ଲାଗୁ ହେବ। ଉପଭୋକ୍ତା ବ୍ୟାପାର ବିଭାଗର ଯୋଗାଯୋଗ କ୍ରମେ ରାଜସ୍ୱ ବିଭାଗ ଦ୍ୱାରା ଶନିବାର ଏସମ୍ବନ୍ଧରେ ଏକ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି। ଘରୋଇ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାର ଶୁଳ୍କ, ସର୍ବନିମ୍ନ ରପ୍ତାନୀ ମୂଲ୍ୟ (ଏମ୍‌ଇପି) ଏବଂ ଏପରିକି ୨୦୨୩ ଡିସେମ୍ବର ୮ ରୁ ୨୦୨୪ ମଇ ୩ ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ମାସ ପାଇଁ ରପ୍ତାନୀ ନିଷେଧାଦେଶ ଜାରି କରିଥିଲେ ଏବଂ ଏହା ମାଧ୍ୟମରେ ରପ୍ତାନୀକୁ ରୋକିବା ଲାଗି ପଦକ୍ଷେପ ନେଇଥିଲେ। ୨୦% ରପ୍ତାନି ଶୁଳ୍କ ନିୟମ ୧୩ ସେପ୍ଟେମ୍ବର ୨୦୨୪ ଠାରୁ ଲାଗୁ ହୋଇଥିଲା।

କୃଷି ଏବଂ କୃଷକ କଲ୍ୟାଣ ବିଭାଗ ଅନୁସାରେ ବର୍ତ୍ତମାନ ସମୟରେ ରବି ଫସଲର ଭଲ ଆଗମନ ପରେ ଉଭୟ ମଣ୍ଡି ଓ ଖୁଚୁରା ମୂଲ୍ୟ ହ୍ରାସ ପାଇଛି। ଏପରି ସମୟରେ ଏପ୍ରକାର ନିଷ୍ପତ୍‌ତି କୃଷକମାନଙ୍କୁ ପାରିଶ୍ରମିକର ଉଚିତ ମୂଲ୍ୟ ସୁନିଶ୍ଚିତ କରିବା ସହିତ ଗ୍ରାହକଙ୍କ ପାଇଁ ପିଆଜର ସୁଲଭତା ବଜାୟ ରଖିବା ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତାର ଆଉ ଏକ ପ୍ରମାଣ। ଯଦିଓ ବର୍ତ୍ତମାନର ମଣ୍ଡି ମୂଲ୍ୟ ପୂର୍ବ ବର୍ଷଗୁଡ଼ିକର ଅନୁରୂପ ଅବଧି ସ୍ତରଠାରୁ ଅଧିକ, ତଥାପି ସର୍ବଭାରତୀୟ ଭାରିତ ହାରାହାରି ମଡେଲ ମୂଲ୍ୟ ୩୯% ହ୍ରାସ ପାଇଛି। ବିଭାଗୀୟ ଆକଳନ ଅନୁଯାୟୀ, ଚଳିତ ବର୍ଷ ରବି ଉତ୍ପାଦନ ୨୨୭ ଲକ୍ଷ ମେଟ୍ରିକ୍ ଟନ୍ ରହିଛି, ଯାହା ଗତ ବର୍ଷ ୧୯୨ ଏଲ୍‌ଏମ୍‌ଟି ତୁଳନାରେ ୧୮ ପ୍ରତିଶତ ଅଧିକ। ଭାରତର ମୋଟ ପିଆଜର ଉତ୍ପାଦନରେ ରବି ପିଆଜର ଯୋଗଦାନ ହେଉଛି ୭୦-୭୫%, ଯାହା ଅକ୍ଟୋବର/ନଭେମ୍ବରରୁ ଖରିଫ ଫସଲ ଆସିବା ପର୍ଯ୍ୟନ୍ତ ସାମଗ୍ରିକ ଉପଲବ୍ଧତା ଏବଂ ମୂଲ୍ୟ ସ୍ଥିରତା ପାଇଁ ଗୁରୁତ୍ୱପୂର୍ଣ୍ଣ। ତେବେ ଚଳିତ ଋତୁରେ ପିଆଜ ତଥା ଅନ୍ୟ ରବି ଫସଲର ଉଚ୍ଚ ଉତ୍ପାଦନ ଆଗାମୀ ମାସଗୁଡ଼ିକରେ ବଜାର ମୂଲ୍ୟକୁ ଆହୁରି ହ୍ରାସ କରିବ ବୋଲି ଆଶା ସଞ୍ଚାର ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking