31.1 C
Bhubaneswar
Wednesday, February 11, 2026
Homeଓଡିଶାଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଯାଜପୁର: ଯାଜପୁର ଜିଲ୍ଲା ଦୁର୍ନିତୀର ସାମ୍ରାଜ୍ୟ ପାଲଟିଛି ଯନ୍ତ୍ରୀ ନେତା ମାନଂକ ସଲା ସୁତୁରା ଦୁର୍ନୀତି ଚାଲିଛି ଲଞ୍ଚ ନ ଦେଲେ ଫାଇଲି ଏ ଟେବୁଲରୁ ସେ ଟେବୁଲକୁ ଯାଉ ନାହିଁ l ବ୍ଳକ୍ ଠୁ ଜିଲ୍ଲାପାଳ ଦପ୍ତର ଯାଏ ଦୁର୍ନୀତି ଚାଲିଛି l ବିଶେଷ କରି ଆରଡି ପୂର୍ତ୍ତ ବିଭାଗ ଜଳ ସେଚନ ବିଭାଗରେ ନିମ୍ନ ମାନର କାର୍ଯ୍ୟ ହୋଇ ଯନ୍ତ୍ରୀ ଠିକାଦାର ରାଜନେତାମାନେ ଦୁର୍ନୀତିରେ ସମ୍ପୃକ୍ତ ହୋଇଥିବାର ରାସ୍ତା ଘାଟ ନଦୀ ବନ୍ଧ ନିର୍ମାଣ କାର୍ଯ୍ୟ ନିମ୍ନ ହେଉ ଥିବାର ଅଳ୍ପ ଦିନରେ ନଷ୍ଟ ହୋଇ ଯାଉଚି ଏହି ଜିଲ୍ଲାରେ ଭିଜିଲାନ୍ସ ବିଭାଗ ଛଡାଉ କରି ଧଳା ହାତୀ ମାନଂକୁ ଧରୁଛି କିନ୍ତୁ ଏହାର ପ୍ରଭାବ ବିଶେଷ ପଡୁନାହିଁ l ଏବେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଯାଜପୁର ଜିଲା କୁଆଖିଆ ସେକସନର ଜରକା ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣା । ତାଙ୍କ ନିକଟରୁ ଭିଜିଲାନ୍ସ ଟିମ ୨ ଲକ୍ଷ ୩ ହଜାର ୯୪୦ ଟଙ୍କା ଜବତ କରିଛି ।

ସୂଚନା ଅନୁସାରେ, କନିଷ୍ଠ ଯନ୍ତ୍ରୀ ଭୀମସେନ ଠିକାଦାରଙ୍କଠାରୁ ଲାଞ୍ଚ ନେଇ ନିଜ କାର୍ଯ୍ୟାଳୟରୁ ଜନ୍ମସ୍ଥାନ ଖୋର୍ଦ୍ଧା ଜିଲା ବାଲିଅନ୍ତାର ବେଣ୍ଟପୁରଶାସନକୁ ଫେରୁଥିବା ସମ୍ପର୍କରେ ଭିଜିଲାନ୍ସ ବିଭାଗକୁ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଭିଜିଲାନ୍ସର ଏକ ଟିମ ୧୬ ଜାତୀୟ ରାଜପଥର ଟାଙ୍ଗୀ ଟୋଲ ଗେଟ୍‌ ନିକଟରେ ଭୀମସେନଙ୍କ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା । ଗାଡ଼ିରୁ ୨ ଲକ୍ଷ ୩ ହଜାର ୯୪୦ ଟଙ୍କା ମିଳିଥିଲା। ଅଧିକାରୀମାନେ ଭୀମସେନଙ୍କୁ ଟଙ୍କାର ଉତ୍ସ ବିଷୟରେ ପଚାରିଥିଲେ । କିନ୍ତୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଭିଜିଲାନ୍ସ ଅଧିକାରୀମାନେ ଟଙ୍କା ସହିତ ଗାଡ଼ିକୁ ଜବତ କରିବା ସହିତ ପଚରାଉଚରା ପାଇଁ ସାଥୀରେ ନେଇଥିଲେ। ଏହା ପରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୀମସେନଙ୍କ ୩ଟି ଠିକଣାରେ ଚଢ଼ାଉ ଜାରି ରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking