19.1 C
Bhubaneswar
Thursday, February 12, 2026
Homeଓଡିଶାବରଯାତ୍ରୀ ଗାଡି ଦୁର୍ଘଟଣା : ଡ୍ରାଇଭର ମୃତ,୬ ଗୁରୁତର

ବରଯାତ୍ରୀ ଗାଡି ଦୁର୍ଘଟଣା : ଡ୍ରାଇଭର ମୃତ,୬ ଗୁରୁତର

କଳାହାଣ୍ଡି: ଆଜି ଭୋର ସମୟରେ ଏକ ବରଯାତ୍ରୀ ଗାଡି ଭାରସାମ୍ୟ ହରାଇ ଜାତୀୟ ରାଜପଥ ୨୬ କୋକସରା ଥାନା ଚିଲିଗୁଡା ଗାଁ ନିକଟରେ ରାସ୍ତା କଡ଼ ରେ ଓଲଟି ପଡିବାରୁ ଗାଡି ର ଡ୍ରାଇଭର ଭଜନ କର ଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି, ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ସହାୟତା ରେ ଗୁରୁତର ଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତକ ହେଲେ ଜୁନାଗଡ଼ ଥାନା ବରଗାଁ ର ଭଜନ କର । ଗୁରୁତର ମାନେ ହେଲେ ସୁବାସ ଖମାରି,ବବିଲୁ ହରିଜନ,ସୁମନ୍ତ କର,ଧର୍ମରାଜ କର,ଅରୁପ ଖମାରି ତୋଫାନ ସୁନାନୀ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି। ଛତିଶଗଡ଼ କେରଣ୍ଡୁଲ ରୁ ବରଯାତ୍ରୀ ଯାଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। କୋକସରା ପୁଲିସ ଘଟଣା ର ତଦନ୍ତ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking