16.1 C
Bhubaneswar
Monday, February 9, 2026
Homeଓଡିଶାଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ରାଜ୍ୟ ଏନ.ଏସ. ଏସ ଶାଖା ଏବଂ ବିଭାଗର ସାଂସ୍କୃତିକ ସଂଘର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଉଚ୍ଚଶିକ୍ଷା ବିଭାଗର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ଏହି ରକ୍ତଦାନ ଶିବିରରେ ୬୫ ୟୁନିଟ ରକ୍ତ ସଂଗ୍ରହ କରାଯାଇ ରେଡ଼କ୍ରସ ଆଞ୍ଚଳିକ ରକ୍ତଭଣ୍ଡାର, ଭୁବନେଶ୍ୱରକୁ ହସ୍ତାନ୍ତର କରାଯାଇଛି।

ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଆନୁଷ୍ଠାନିକ ଭାବରେ ରକ୍ତଦାନ ଶିବିରର ଉଦଘାଟନ କରିବା ସହିତ ନିଜେ ମଧ୍ୟ ରକ୍ତଦାନ କରିଥିଲେ। ଉଚ୍ଚଶିକ୍ଷା ବିଭାଗର ଅର୍ଥ ପରାମର୍ଶ ଦାତା ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମନୋରଞ୍ଜନ ନାୟକ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରମୋଦ କୁମାର ମିଶ୍ର, ଏନ. ଏସ. ଏସ ଏବଂ ରେଡ଼କ୍ରସ ସ୍ବେଚ୍ଛାସେବୀମାନେ ଏହି ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାନ କରିଥିଲେ।

ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ କାଳୀ ପ୍ରସନ୍ନ ମହାପାତ୍ର, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ରମାକାନ୍ତ ନାୟକ, ଅତିରିକ୍ତ ଶାସନ ସଚିବ ଶ୍ରୀ ପ୍ରଶାନ୍ତ ମହାପାତ୍ର, ଯୁଗ୍ମ ଶାସନ ସଚିବ ଶ୍ରୀମତୀ ପ୍ରତିଭା ସାହୁ, ଉପ ଶାସନ ସଚିବ ଶ୍ରୀ ରମେଶ ଚନ୍ଦ୍ର ବେହେରା, ଏନଏସଏସ ଆଞ୍ଚଳିକ ଶାଖା ନିର୍ଦ୍ଦେଶକ ସୁଶ୍ରୀ ସରିତା ପଟେଲ, ଉଚ୍ଚଶିକ୍ଷା ବିଭାଗ ସାଂସ୍କୃତିକ ସଂଘର ସଭାପତି ଶ୍ରୀ ସୌମ୍ୟ ରଞ୍ଜନ ବେହେରା ଏବଂ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ରକ୍ତଦାନ ଶିବିରରେ ଉପସ୍ଥିତ ରହି ସ୍ବେଚ୍ଛାସେବୀମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking