23.1 C
Bhubaneswar
Sunday, February 15, 2026
Homeଓଡିଶାଆଇଏଏସ୍ ସ୍ତରରେ ଅଦଳବଦଳ

ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ଆଇଏଏସ୍ ଅଧିକାରୀ ସ୍ତରରେ ଛୋଟ ଧରଣର ଅଦଳ ବଦଳ ହୋଇଛି। ବରିଷ୍ଠ ଆଇଏଏସ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଓଡ଼ିଶା ରାଜ୍ୟ ନାଗରିକ ଯୋଗାଣ ନିଗମ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଭାବରେ ନୂଆ ନିଯୁକ୍ତ ପାଇଛନ୍ତି। ଉକ୍ତ ପଦବୀରେ ଥିବା ୨୦୧୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଶୁଭମ୍ ସକ୍ସେନା ଓଡ଼ିଶାରେ କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଭାବରେ ଅବସ୍ଥାପିତ କରାଯାଇଛି। ଅନ୍ୟପକ୍ଷରେ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଥିବା ୨୦୧୧ ବ୍ୟାଚ୍‌ର ଆଇଏଏସ୍ ସମର୍ଥ ବର୍ମା ଲଘୁ ଖଣିଜ ଦ୍ରବ୍ୟ ନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ମିଳିଥିବାବେଳେ ଡିଟିଇଟି ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ ସମ୍ପାଦନ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking