15.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶଖଲିସ୍ତାନୀ ଉଗ୍ରପନ୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ : ତୁଳସୀ ଗାବାର୍ଡ

ଖଲିସ୍ତାନୀ ଉଗ୍ରପନ୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ : ତୁଳସୀ ଗାବାର୍ଡ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରୀୟ ଗୁଇନ୍ଦା ମୁଖ୍ୟ ତୁଳସୀ ଗାବାର୍ଡ, ସୋମବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ରାଜନାଥ ସିଂହ, ଗାବାର୍ଡଙ୍କୁ ଆମେରିକା ସରକାର, ସ୍ଥାନୀୟ ଖଲିସ୍ତାନୀ ଉଗ୍ରପନ୍ଥୀଙ୍କ ବିରୋଧରେ କଡା ତଥା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ବୋଲି କହିଛନ୍ତି। ବିଶେଷକରି ଏହି ଖଲିସ୍ତାନୀ ଉଗ୍ରପନ୍ଥୀମାନେ ଆମେରିକା ଭୂମିକୁ ଭାରତ ବିରୋଧରେ ବ୍ୟବହାର କରୁଥିବା ରାଜନାଥ, ଗାବାର୍ଡଙ୍କୁ ଜଣାଇଛନ୍ତି। ସୋମବାର ଗାବାର୍ଡଙ୍କ ସହ ରାଜନାଥଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜନାଥ ଗାବାର୍ଡଙ୍କୁ କହିଛନ୍ତି ଯେ, ଖଲିସ୍ତାନୀ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (ଏସ୍‌ଏଫ୍‌ଜେ) ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଛି। ଜାତୀୟ ସୁରକ୍ଷା ବିରୋଧରେ କାର୍ଯ୍ୟ କରୁଥିବା ଏହି ସଂଗଠନକୁ ଭାରତରେ ବେଆଇନ ଘୋଷଣା କରାଯାଇଛି। ଏଭଳି ବେଆଇନ ସଂଗଠନ ବିରୋଧରେ ଆମେରିକା ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‌।

ଏତଦ୍‌ବ୍ୟତୀତ ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ଓ ସୁରକ୍ଷା ସମ୍ପର୍କ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଭାରତ-ଆମେରିକା ସହଭାଗିତାକୁ ଆହୁରି ନିବିଡ଼ କରାଇବା ପାଇଁ ପ୍ରତିରକ୍ଷା, ସୂଚନା ଆଦାନପ୍ରଦାନ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ରାଜନାଥ ସୂଚନା ଦେଇଛନ୍ତି। ସେହିପରି ଇସ୍‌ଲାମୀୟ ଆତଙ୍କବାଦ ଉଭୟ ଭାରତ ଓ ଆମେରିକା ପାଇଁ ବଡ଼ ବିପଦ ବୋଲି ଗାବାର୍ଡ କହିଛନ୍ତି। ଆତଙ୍କବାଦକୁ ପ୍ରତିହତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏକାଠି କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ପ୍ରକାଶ, କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା ବେଳେ ଗାବାର୍ଡ କହିଥିଲେ, ଇସ୍‌ଲାମୀୟ ଆତଙ୍କବାଦୀ କେବଳ ଆମେରିକା କି ଭାରତକୁ ନୁହେଁ, ବରଂ ମଧ୍ୟପ୍ରାଚ୍ୟର ଅନେକ ଦେଶକୁ ମଧ୍ୟ ବେଶ୍ ପ୍ରଭାବିତ କରିଛି। ଗାବାର୍ଡ ରବିବାର ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କୁ ଭେଟି ଗୋଇନ୍ଦା ତଥ୍ୟ ଆଦାନପ୍ରଦାନ ଏବଂ ସୁରକ୍ଷା ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରକାଶ, ତୁଳସୀ ଗାବାର୍ଡ ଅଢ଼େଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଆସନ୍ତା କାଲି ସନ୍ଧ୍ୟା (ଭାରତୀୟ ସମୟ) ପୂର୍ବରୁ ସେ ଆମେରିକା ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking