33.1 C
Bhubaneswar
Monday, February 23, 2026
Homeଓଡିଶାଜଙ୍ଗଲ ନିଆଁରେ ମହିଳା ଜୀବନ୍ତ ଦଗ୍ଧ

ଜଙ୍ଗଲ ନିଆଁରେ ମହିଳା ଜୀବନ୍ତ ଦଗ୍ଧ

କାମାକ୍ଷାନଗର : କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଥାନା ଅନ୍ତର୍ଗତ ଗୋବରୀ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ମୁତାବକ ଗୋବରୀ ଗାଁର ବୁଧିନି ମହାନ୍ତ(୫୦)ଙ୍କ ଆଜି ଦିନ ୧୨ ଟା ସମୟରେ ଜଙ୍ଗଲ ନିଆଁରେ ପୋଡି ହୋଇ ମୃତ୍ୟୁ ଘଟିଛି । ବୁଧିନିଙ୍କ ଘରଠାରୁ ୧୦୦ ମିଟର ଦୂରତାରେ ଜଙ୍ଗଲ ଜଳୁଥିଲା । ନିଆଁ ଘର ମୁହାଁ ହେବ ଦେଖି ସେ ନିଆଁ ଲିଭାଇବା ପାଇଁ ଯାଉଥିଲା ବେଳେ ଘର ପାଖରେ ଏକ କେନାଲରେ ପଡି ଯାଇଥିଲେ ସେପଟୁ ଜଙ୍ଗଲ ନିଆଁ ଏତେ ଭୟଙ୍କର ଥିଲା ଯେ ନିଆଁରେ ପୋଡି ହୋଇ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ।

ଜଙ୍ଗଲରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଙ୍ଗଲ ହୁ ହୁ ହୋଇ ଜଳୁଥିଲା । ସାରା ରାଜ୍ୟରେ ଜଙ୍ଗଲ ଜଳୁଥିବା ବେଳେ ବନ ବିଭାଗ ଜଙ୍ଗଲରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇ ନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରୁଛନ୍ତି । ଜଙ୍ଗଲରେ ନିଆଁ ଲାଗିବା ଫଳରେ ଜଙ୍ଗଲ ଭିତରେ ଥିବା ବନ୍ୟଜନ୍ତୁ ଓ ଅନ୍ୟାନ୍ୟ ଗଛ ନଷ୍ଟ ହେଉଥିବା ବେଳେ ଆଜି ଜଙ୍ଗଲ ନିଆଁରେ ଏକ ମୂଲ୍ୟବାନ ଜୀବନ ନଷ୍ଟ ହୋଇ ଯାଇଛି । ଦୁର୍ବୁତ୍ତ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ସେମାନଙ୍କୁ ଧରି ବାରେ ବିଫଳ ହେଉଛି ବନ ବିଭାଗ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking