29.1 C
Bhubaneswar
Sunday, March 16, 2025
Homeଓଡିଶାଦୁର୍ଘଟଣା : ପରିବାରର ୩ ମୃତ

ଦୁର୍ଘଟଣା : ପରିବାରର ୩ ମୃତ

ଭୁବନେଶ୍ୱର : ଚମ୍ପୁଆରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ରକ ଧକ୍କାରେ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ସ୍ୱାମୀ, ସ୍ତ୍ରୀ ଓ ପୁଅର ଗଲା ଜୀବନ । ଝିଅ ଘରକୁ ଯାଉଥିବା ବେଳେ  ଧକ୍କା ଦେଇଥିଲା ଟ୍ରକ । ଝିଅ ଘର ସାମ୍ନାରେ ହିଁ ଚାଲିଗଲା ୩ ଜୀବନ । ଦୁର୍ଘଟଣା ପରେ ଦୋଳିତା ଛକରେ ଉତ୍ତେଜନା ଦେଖାଦେଇଛି ।  ଘଟଣାସ୍ଥଳରେ ଏଭଳି କାଣ୍ଡ ଘଟାଇ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ପୁଲିସ ଏନେଇ ତଦନ୍ତ ଚଳାଇଛି । ଅନ୍ୟପଟେ , କେନ୍ଦୁଝର ଦୁର୍ଘଟଣାରେ ପରିବାରର ୩ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ସହାୟତା ଘୋଷଣା କରିଛନ୍ତି । ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆର୍ଥିକ ସହା.ତା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking