26.1 C
Bhubaneswar
Saturday, March 15, 2025
Homeଓଡିଶାଯଦି ଫୋନରେ ପାଣି କିମ୍ବା ରଙ୍ଗ ପଶିଯାଏ, ତେବେ କଣ କରିବା ଉଚିତ ଜାଣନ୍ତୁ  

ଯଦି ଫୋନରେ ପାଣି କିମ୍ବା ରଙ୍ଗ ପଶିଯାଏ, ତେବେ କଣ କରିବା ଉଚିତ ଜାଣନ୍ତୁ  

ଭୁବନେଶ୍ୱର: ରଙ୍ଗର ପର୍ବ ହୋଲି । ହୋଲି ଖେଳିବା ସମୟରେ ମୋବାଇଲରେ ରଙ୍ଗ କିମ୍ବା ପାଣି ପଶିଯାଇଥାଏ । ଏଭଳି ପରିସ୍ଥିତିରେ ସେମାନଙ୍କ ମୋବାଇଲ ଶୀଘ୍ର  ଖରାପ ହୋଇଯାଏ । ଯଦି ଫୋନ ପାଣିରେ ପଡିଯାଏ, ତେବେ ଏହାକୁ ଶୀଘ୍ର ପାଣିରୁ ବାହାର କରିବା ଆବଶ୍ୟକ ।ଯଦି ଆମେ ପାଣିରୁ ବାହାର ନ କରୁ ତେବେ ଫୋନଟି ଶୀଘ୍ର ଖରାପ ହେବାର ସମ୍ଭାବନା ଥାଏ । ପାଣିରୁ ବାହାର କରି ଫୋନକୁ ସୁଇଚ ଅଫ କରିଦେବା ଆବଶ୍ୟକ । ତା ସହିତ ଫୋନ କଭର , ସିମ କାର୍ଡ ଏବଂ ଏସଡି କାର୍ଡ ବାହାର କରିଦେବା ଆବଶ୍ୟକ  । ତାପରେ ଏହାକୁ କିଛି ନରମ କପଡା କିମ୍ବା ଟିସୁ ସାହାଯ୍ୟରେ  ଶୁଖାଇଦେଇପାରିବେ । କିନ୍ତୁ ଗୋଟିଏ କଥା ମନେ ରଖିବା ଉଚିତ , ଆପଣଙ୍କ ଫୋନକୁ ଅଧିକ ସମୟ ନ ଚଲାଇ , ସ୍ଥିର ଭାବରେ ରଖିବା ଉଚିତ । ଯଦି ଫୋନ ସ୍ଥିର ଭାବରେ ନରଖ ତେବେ ପାଣି ଆହୁରି ଗଭୀରକୁ ପଶି ଫୋନଟିକୁ ନଷ୍ଟ କରିଦେବ । ଏହାକୁ ୪୮ ଘଣ୍ଟା ଯାଏଁ  ଛାଡି ଦେବା ଆବଶ୍ୟକ । ଏହି ସମୟରେ ତୁରନ୍ତ ଚାର୍ଜିଂ ନକରିବା ଭଲ । ଯଦି ଫୋନ ଚାଲୁ ନହୁଏ , ତେବେ  ଆପଣଙ୍କୁ ଏହାକୁ  ସେବା କେନ୍ଦ୍ରକୁ ନେବାକୁ ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking