16.1 C
Bhubaneswar
Sunday, December 14, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଦୁଃଖ ସମୟରେ ଆମେ ଗୋଟିଏ ଆଙ୍ଗୁଟିରେ ଲୁହକୁ ପୋଛିଥାଉ ଖୁସି ସମୟରେ ଆମେ ଦଶ ଅଙ୍ଗୁଟିରେ ତାଳି ମାରିଥାଉ ,ଟିକିଏ ଭାବିଲ ଦେଖି ନିଜ ଶରୀର ହୋଇ ଯେବେ ଆମେ ଏମିତି ବ୍ୟବହାର କରୁଛି ତେବେ ବାହାର ଦୁନିଆର ଲୋକମାନଙକ ଉପରେ ଅଭିମାନ କରି କି ଲାଭ ,ଜୀବନ ଏକ ଦିନର ହଉ କିମ୍ବା ଚାରି ଦିନର କିନ୍ତୁ ଏମିତି ବଞ୍ଚ ଯେମିତି କି ଜୀବନ ତୁମକୁ ମିଳିନି ବରଂ ଜୀବନକି ତୁମେ ମିଳିଛ ll

ଜୀବନ ହେଉଛି ଏକ କଠିନତମ ପରୀକ୍ଷା ଏହି ପରୀକ୍ଷାରେ ସେହିମାନେ ଫେଲ ହୋଇଯାଆନ୍ତି, ଯେଉଁମାନେ ଅନ୍ୟକୁ କପି କରିବାକୁ ଚେଷ୍ଟା କରନ୍ତି କାରଣ ସେମାନେ ଜାଣନ୍ତିନି ଯେ, ଏଠି ସମସ୍ତଙ୍କର ଅଲଗା ଅଲଗା ପ୍ରଶ୍ନପତ୍ର . ତେଣୁ ନିଜକୁ କେବେ ଅନ୍ୟ ସହ ତୁଳନା କରନି.. କାରଣ ଭଗବାନ ସମସ୍ତଙ୍କୁ ସମାନ କରିନାହାନ୍ତି, ତେଣୁ ନିଜ ହିସାବରେ ନିଜେ ରୁହ ll

ଦୁନିଆରେ ସେହି ବ୍ୟକ୍ତି ସଫଳ ହୋଇପାରିଛି ଯିଏ ଲାଜ ଓ ଭୟ ତ୍ୟାଗ କରିଛି କାରଣ ଲାଜ ଓ ଭୟର ବୀପରିତ ଲାଭ ଓ ଜୟ ll
ସାହାଯ୍ୟ ବି ବଡ ଅଜବ ପ୍ରକାର ଜିନିଷ ,ସାହାଯ୍ୟ ପାଇଲେ ଲୋକେ ଭୁଲିଯାନ୍ତି କିନ୍ତୁ ନ କରିଲେ ମନେ ରଖନ୍ତି ll
.
ଶାନ୍ତି ସମାନ କୌଣସି ତପସ୍ୟା ନାହିଁ,ସନ୍ତୋଷ ଠାରୁ ବଡ ସୁଖ ନାହିଁ, ତୃଷ୍ଣା ସମାନ ବଡ ରୋଗ ନାହିଁ,ଦୟା ସମାନ କୌଣସି ଧର୍ମ ନାହିଁ।
ଜୀବନରେ ଦୁଇ ଜଣଙ୍କ ପଛରେ କେବେ ବି ରହିବ ନାହିଁ,ଦୌଡ଼ୁ ଥିବା ଘୋଡ଼ା ଆଉ ସ୍ବାର୍ଥପର ମଣିଷ।ଏମାନେ ଯେ କୌଣସି ସମୟରେ ମଧ୍ଯ ନାତ ମାରି ପାରନ୍ତି।
ସଠିକ୍ କର୍ମ କରି ଚାଲନ୍ତୁ, ଉପରେ କେହି ଜଣେ ଦେଖୁଛି ଆମ ପାଇଁ ସେ ଅବିଶ୍ବାସ ହେଲେ ବି ସମୟ ଆସିଲେ ତାହାର ଶକ୍ତି ବି ଅନୁଭବ କରି ହେବ।*
ମନେରଖି ଥିବେ ବେଇମାନ କେବେବି ଅନୁତାପ କରେ ନାହିଁ,ସ୍ୱାର୍ଥପର କେବେବି କୃତଜ୍ଞତା ଜଣାଏ ନାହିଁ ଆଉ ସୁବିଧାବାଦୀ କେବେବି କାହାର ଆପଣାର ହୁଏ ନାହିଁ।

ଅଦ୍ୟ ମାର୍ଚ୍ଚ ମାସ ୦୯ ତାରିଖ ୨୦୨୫ ମସିହା (ରବିବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ଫାଲଗୁନ ମାସ- ଶୁକ୍ଳପକ୍ଷ
ତିଥି- ଦଶମୀ ଦିବା ଘ୦୮/୦୩ ଗତେ ଏକାଦଶୀ
ନକ୍ଷତ୍ର- ପୁନର୍ବସୁ ରାତ୍ରି ଘ୧୨/୫୧ ଗତେ ପୂଷ୍ୟା
ଚନ୍ଦ୍ର – ମିଥୁନ ରାତ୍ରି ଘ୦୬/୪୨ ଗତେ କର୍କଟ
ଯୋଗ- ତୈତିଳ
କରଣ – ଗର
ସୌରମାସ- କୁମ୍ଭ ୨୬ ଦିନ ✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୦୫/୩୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୧/୫୮
*✧═════•❁❀
ଯୋଗିନୀ ଉତ୍ତରେ ଦିବା ଘ୦୮/୦୩ ଗତେ ଅଗ୍ନିକୋଣେ
ମେଷ ରାଶି ର ଘାତବାର
ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ଅଦ୍ୟ ମୃତେ ଦ୍ଵୀପାଦ ଓ ରାତ୍ରି ଘ୧୨/୫୧ ଗତେ ଏକପାଦ ପୁଷ୍କର ଦୋଷ
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୧୦/୨୬ ଗତେ ଘ୦୧/୨୭ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୫୦ ଗତେ ଘ୧୦/୦୨ ମଧ୍ୟେ ଓ ରାତ୍ରି ଘ୦୭/୨୮ ଗତେ ଘ୦୯/୦୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୪୯ମଧ୍ୟେ ଓ ଘ୦୧/୨୮ ଗତେ ଘ୦୨/୦୨ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ କଳମଶାଗ ଦିବା ଘ ୦୮/୦୩ ଗତେ ଶିମ୍ବ ଭକ୍ଷଣ ନିଷେଧ

✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
: ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।*
✧═════•❁❀❁•═════
ବୃଷ
: ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।*
✧═════•❁❀❁•═════
ମିଥୁନ
: ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।*
✧═════•❁❀❁•═════
କର୍କଟ
: ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।*
✧═════•❁❀❁•═════
ସିଂହ
: ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।*
✧═════•❁❀❁•═════
କନ୍ୟା
: ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।*
✧═════•❁❀❁•═════
ତୁଳା
: ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।*
✧═════•❁❀❁•═════
ବିଛା
: ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।*
✧═════•❁❀❁•═════
ଧନୁ
: ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।*
✧═════•❁❀❁•═════
ମକର
: ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।*
✧═════•❁❀❁•═════
କୁମ୍ଭ
: ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।*
✧═════•❁❀❁•═════
ମୀନ
: ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking