29.1 C
Bhubaneswar
Monday, March 30, 2026
Homeଓଡିଶାରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ଗଠିତ 

ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ଗଠିତ 

– ୩୦ ଜଣ ଙ୍କୁ ନେଇ ଗଠିତ ହେଲା କମିଟି 
– ସୁଦର୍ଶନ ଦାସଙ୍କୁ ଅଧ୍ୟକ୍ଷ ଦାୟିତ୍ଵ 
– ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଓ ନିମାଇଁ ସରକାର ଓ ଜବା ଟୁଡୁ ଉପାଧ୍ୟକ୍ଷ ନିଯୁକ୍ତ 
– ୧୦ ଜଣ ସାଧାରଣ ସମ୍ପାଦକ ଓ ୧୬ ଜଣଙ୍କୁ ସମ୍ପାଦକ ଦାୟିତ୍ଵ

ଭୁବନେଶ୍ୱର: ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ର ରାଜ୍ୟ ସ୍ତରୀୟ ଚିନ୍ତନ ଶିବିର ର ଗୋଟିଏ ଦିନ ପରେ ଆଜି ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ଗଠନ କରାଯାଇଛି । ସଂଗଠନ ର ସର୍ବଭାରତୀୟ ସଭାପତି ଶ୍ରୀଯୁକ୍ତ ହର୍ଷବର୍ଦ୍ଧନ ସପକଲ୍ ଙ୍କ ଅନୁମୋଦନ ଓ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଶ୍ରୀଯୁକ୍ତ କୁନାଲ ବାନାର୍ଜୀ ଙ୍କ ସୁପାରିଶ କ୍ରମେ ୩୦ ଜଣିଆ କାର୍ଯ୍ୟକାରିଣୀ ଗଠିତ ହୋଇଛି ।

ପୂର୍ବପରି ସୁଦର୍ଶନ ଦାସଙ୍କୁ ଏହାର ଅଧ୍ୟକ୍ଷ ଭାବରେ ଦାୟିତ୍ଵ ଦିଆ ଯାଇଥିବା ବେଳେ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଓ ନିମାଇଁ ସରକାର ତଥା ମୟୂରଭଞ୍ଜ ର ୬ ଥର ପଞ୍ଚାୟତ ପ୍ରତିନିଧି ଭାବରେ ନିର୍ବାଚିତ ହୋଇଥିବା ଆଦିବାସୀ ନାରୀ ନେତ୍ରୀ ଶ୍ରୀମତୀ ଜବା ଟୁଡୁ ଙ୍କୁ ଉପାଧ୍ୟକ୍ଷ ଭାବରେ ରଖା ଯାଇଛି । କମିଟି ରେ ୧୦ ଜଣ ସାଧାରଣ ସମ୍ପାଦକ ରହିଛନ୍ତି । ବିଜୟ ପ୍ରଧାନ, ମନୋଜ ସାହୁ, ଗଣେଶ ସାହୁ, ରୂପକ ତୂରୁକ୍, ପ୍ରତାପ ପ୍ରଧାନ, ସରୋଜ ବାଗ, ନିରୁପମା ପାତ୍ର, ପ୍ରଦ୍ୟୁମ୍ନ ଦାସ, ସନ୍ତୋଷ ଜେନା ଓ ଲବକୁମାର ସାହୁ ପ୍ରମୁଖ ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ ତୁଲାଇବେ । ସେହିପରି ସମ୍ପାଦକ ଭାବରେ ନିକାହା ପରବିନ, ସୁବାସ ପ୍ରଧାନ, ନିରଞ୍ଜନ ଲେଙ୍କା, ଦେବଦତ୍ତ ଦାସ, ଅବଦୁଲ ସlଜିଦ, ଅକ୍ଷୟ ଜେନା, ମନୀଷା ଦାସ ପଟ୍ଟନାୟକ, ମୀନକେତନ ବେହେରା, କ୍ରିଷ୍ଣା ପ୍ରିୟା ପ୍ରଧାନ, ପାଣ୍ଡବ କର୍ଣ୍ଣ, ଆଦିତ୍ୟ କିରଣ ନାଗ, ଦିଲୀପ ଧାରୁଆ, ଦେବଦ୍ୟୁତୀ ମହାନ୍ତି, ଉଦୟ ନାଥ ଶର୍ମା, ଅଶୋକ ଠାକର ପ୍ରମୁଖ ୧୬ ଜଣଙ୍କୁ ଦାୟିତ୍ଵ ଦିଆଯାଇଛି ।

ଆସନ୍ତା ତିନି ମାସ ଭିତରେ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକ କମିଟି ଗଠିତ ହେବ ବୋଲି ପ୍ରେସ ବିଜ୍ଞପ୍ତି ରେ କୁହାଯାଇଛି । ନବ ନିଯୁକ୍ତ କର୍ମକର୍ତ୍ତା ମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆଗାମୀ ଦିନରେ ତୃଣମୂଳ ସ୍ତରରେ ସଂଗଠନ କୁ ବିସ୍ତାର ଓ ବ୍ୟାପକ କରିବା ପାଇଁ ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଓଡ଼ିଶା ବାସି ଙ୍କ ବିଭିନ୍ନ ସମସ୍ୟା କୁ ନେଇ ଆଗାମୀ ଦିନରେ ଯେଉଁ ସଂଘର୍ଷ ର ନାରା ଦେଇଛନ୍ତି ତାକୁ ଚରିତାର୍ଥ କରିବା ଦିଗରେ ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ତାର ସମସ୍ତ ଶକ୍ତି ବିନିଯୋଗ କରିବା ପାଇଁ ଚେଷ୍ଟା କରିବ । ରାଜ୍ୟରେ ପଞ୍ଚାୟତ ବ୍ୟବସ୍ଥାକୁ ଶସକ୍ତ କରିବା ସହିତ ତୃଣମୂଳ ସ୍ତରରେ କ୍ଷମତା ର ବିକେନ୍ଦ୍ରୀକରଣ ଦିଗରେ ସଂଗଠନ ପ୍ରଭାବୀ ଢ଼ଙ୍ଗରେ କର୍ଯ୍ୟକରିବ ବୋଲି ସେ ପ୍ରେସ ବାର୍ତ୍ତା ରେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking