30.3 C
Bhubaneswar
Friday, June 19, 2026
Homeଦେଶ ବିଦେଶଝଗଡା ମଝିରେ ଆସିବାରୁ ମା' କୁ ହତ୍ୟା କଲା ପୁଅ

ଝଗଡା ମଝିରେ ଆସିବାରୁ ମା’ କୁ ହତ୍ୟା କଲା ପୁଅ

ନୂଆଦିଲ୍ଲୀ : ପୁଅ-ବୋହୂଙ୍କ କଳିରେ ମା’ର ଜୀବନ ଗଲା । ସ୍ତ୍ରୀ ସହ ଝଗଡ଼ା ବେଳେ ମା’ ବୁଝାଇବାକୁ ଆସିବାରୁ ହତ୍ୟା କଲା ପୁଅ। ଏଭଳି ଘଟଣା ଉତ୍ତରପ୍ରଦେଶର ଶାହାଜାହାନପୁରରେ ଘଟିଛି । ଏହି ଘଟଣା ପରେ ଏବେ ପୁଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଛି। ଅଭିଯୁକ୍ତର ନାମ ବିନୋଦ କୁମାର ।

ପୁଲିସର କହିବା ଅନୁସାରେ ,  ମଦ୍ୟପାନ କରି ଘରେ ପ୍ରାୟତଃ ଝଗଡ଼ା କରେ ବିନୋଦ କୁମାର। ଗୁରୁବାର ସନ୍ଧ୍ୟାରେ ମଦ୍ୟପାନ କରି ସେ ତାଙ୍କ ସ୍ତ୍ରୀଙ୍କୁ ପିଟୁଥିଲେ। ଯେତେବେଳେ ତାଙ୍କ ମାଆ ନୈନା ଦେବୀ ବୁଝାଇବାକୁ ଆସିଥିଲେ , ସେ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଆମକୁ ଖବର ମିଳିବା ପରେ ଆମେ ସଂଗେ ସଂଗେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଅଭିଯୁକ୍ତ ବିନୋଦ କୁମାରକୁ ଗିରଫ କରିଛୁ। ଏହି ଘଟଣାକୁ ନେଇ ଏକ ହତ୍ୟା ମାମଲା ରୁଜୁ କରାଯାଇଛି ଏବଂ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking